25.1 C
Bhubaneswar
Saturday, February 14, 2026
Homeଓଡିଶାଜାଲ ପାସ ଧରାପଡିଲେ କାର୍ଯ୍ୟାନୁଷ୍ଠାନ: ସିପି

ଜାଲ ପାସ ଧରାପଡିଲେ କାର୍ଯ୍ୟାନୁଷ୍ଠାନ: ସିପି

ଭୁବନେଶ୍ୱର: ମହାଶିବରାତ୍ରିରେ ଜାଲ ପାସ ଧରାପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଆଗୁଆ ସତର୍କ କରାଇଲେ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ । ପାସ ବିକ୍ରି ନେଇ ସୋସିଆଲ ମିଡିଆ କଥାକୁ ଗ୍ରହଣ କରନ୍ତୁ ନାହିଁ । ମନ୍ଦିର ପ୍ରଶାସନ ପକ୍ଷରୁ କେବଳ ସେବାୟତଙ୍କୁ ପାସ ଦିଆଯାଇଛି । ପାସରେ କ୍ୟୁଆର କୋଡ ବ୍ୟବସ୍ଥା କରାଯାଇଛି । ଜାଲ ପାସ ନେଇ କିଛି ସେବାୟତ ସିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟପଟେ ଆହୁରି କହିଛନ୍ତି, ଶୃଙ୍ଖଳିତ ଟ୍ରାଫିକ ପରିଚାଳନା ଲାଗି କଟକଣା ଜାରି କରାଯାଇଛି । ଗାଡି ରଖିବା ଲାଗି ମୋଟ ୧୨ଟି ପାର୍କିଂ ସ୍ଥାନ ଚିହ୍ନଟ କରାଯାଇଛି । ଶିବରାତ୍ରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସୂଚନା ମିଳିଛି । ସମସ୍ତ ଭକ୍ତ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ସୁବ୍ୟବସ୍ତା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking