ଭୁବନେଶ୍ୱର: ଗାନ୍ଧୀ ମାର୍ଗରେ ମହିଳା ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଡା ବାର୍ତ୍ତା ଦେଇଛନ୍ତି । କହିଛନ୍ତି, ମହିଳା ସୁରକ୍ଷା ପାଇଁ ଆମର ଶୂନ୍ୟ ସହନଶୀଳତା ନୀତି । ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ବ୍ୟକ୍ତି ଯେତେ ବି ଶକ୍ତିଶାଳୀ ହୁଅନ୍ତୁ ଛଡାଯିବ ନାହିଁ । ସେମାନଙ୍କ ସ୍ଥାନ ଜେଲରେ ସମାଜରେ ନୁହେଁ । ଏଥିପାଇଁ କାଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ କ୍ଷମତା ଦିଆଯାଇଛି । ମହିଳା ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ । ରାଜ୍ୟରେ ଆଇନ ôଶଙ୍ଖଳା ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି । ଏହାକୁ ଆହୁରି ପ୍ରଭାବୀ କରିବାକୁ ହେବ । ଅପରାଧ ବୃଦ୍ଧିର କାରଣ ହେଉଛି ନିଶା କାରବାର । ନିଶା ମାଫିଆଙ୍କୁ ଦମନ ପାଇଁ ନିର୍ଦ୍ଦେଶ ଦେଇଛି । ଗାଁଠୁ ରାଜଧାନୀ ଯାଏ ଗୁଣ୍ଡାରାଜକୁ ଦମନ କରାଯିବ । ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି , ଦଣ୍ଡବିଧାନ କରାଯିବ । ସଂଗଠିତ ଅପରାଧକୁ ନିୟନ୍ତ୍ରଣ ପାଇଁ ଆଇନ ଆଣିବାକୁ ପଛାଇବୁନି । ଦାଦାବଟି, ଚାନ୍ଦା ଆଦାୟକୁ ସଙ୍ଗଠିତ ଅପରାଧରେ ବିଚାର କରି କାଯ୍ୟାନୁଷ୍ଠାନ ନେବୁ । ଶିକ୍ଷାନୁଷ୍ଠାନରେ କ୍ୟାମ୍ପସକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ । କ୍ୟାମ୍ପସଗୁଡିକରେ ନିଶା ସେବନକୁ ସମ୍ପୁଣ୍ଣ ବାରଣ କରାଯିବ । ଅଣଛାତ୍ରଙ୍କ ଅସାମାଜିକ କାଯ୍ୟକଳାପକୁ ଦମନ କରାଯିବ । ଛାତ୍ରୀଙ୍କୁ ସୁରକ୍ଷିତ ବାତାବରଣ ଦେବାକୁ ଶକ୍ତିଶ୍ରୀ ଲାଗୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।










