ଭୁବନେଶ୍ୱର: ଯିଏ ବଳଙ୍ଗା ପୀଡିତାଙ୍କ ବୟାନ ସମୟ ଭିଡିଓ ଭାଇରାଲ କରିଛନ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ କଡା ଚେତାବନୀ ଶୁଣାଇଲେ ପୁରୀ ଏସପି ପିନାକ ମିଶ୍ର । ଫେସବୁକ ଓ ଗୁଗୁଲକୁ ଏନେଇ ଟିଠି ଲେଖାଯାଇଛି । ସୋସିଆଲ ମିଡିଆ ସୋର୍ସ ଆସିବା ପରେ ଆଇନ ଅନୁଯାୟୀ କାଯ୍ୟାନୁଷ୍ଠାନ ନିଆଯିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି ଫଟୋ ଭାଇରାଲ ହୋଇପାରିବନି । ତେଣୁ ତଦନ୍ତ ପାଇଁ ସାଇବର କ୍ରାଇମ ବିଭାଗକୁ ଦାୟିତ୍ୱ ଦିଆଯାଇଛି । କାଲି ସୋସିଆଲ ମିଡିଆରେ ପୀଡିତାଙ୍କ ବୟାନ ରେକର୍ଡ ଭାଇରାଲ ହୋଇଥିଲା ।









