ଭୁବନେଶ୍ୱର: ଉପାସରେ ଶ୍ରୀଲିଙ୍ଗରାଜ ପ୍ରସଙ୍ଗକୁ ନେଇ ଏକାମ୍ର ବିଧାୟକ ବାବୁ ସିଂ କଡା ଚେତାବନୀ ଦେଇଛନ୍ତି । ବିଧାୟକ କହିଛନ୍ତି ଯେ ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ସହ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ନଦେବାକୁ ଅନୁରୋଧ । ସରକାର ଯଦି ଶୁଣିନାହାନ୍ତି ପୂଜା ପରେ ଆଲୋଚନା ହୋଇପାରିବ । ଯେଉଁମାନେ ନୀତିକାନ୍ତି ବନ୍ଦ କରିଛନ୍ତି ସେବା କରିବାକୁ ଯୋଗ୍ୟତା ନାହିଁ । ଅନ୍ୟପଟେ ମକର ସଂକ୍ରାନ୍ତିରେ ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ଅଛି । ସେବାୟତଙ୍କ ବିବାଦ ଯୋଗୁଁ ବନ୍ଦ ରହିଛି ନୀତିକାନ୍ତି ।
ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଛନ୍ତି ଯେ ବାବା ଲିଙ୍ଗରାଜଙ୍କ ଘୃତକମଳ ହୋଇନି, ଆଜି ବି ନୀତିକାନ୍ତି ବନ୍ଦ ରହିବ । ସ୍ୱତନ୍ତ୍ର ନିୟମ ନଆସିବା ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିବ । ୨୦୨୪ ଯାଏଁ ବଡୁ ସେବାୟତ ଘୃତକମଳ ନୀତି କରୁଥିଲେ । ହଠାତ୍ ୨୦୨୫ରେ କାହିଁକି ପରିବର୍ତ୍ତନ ହେଲା ପ୍ରଶ୍ନ କଲା ବଡୁ ନିଯୋଗ । ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ହୋଇଥିଲା ବିବାଦ । କ୍ଷୀର ଆଉଟା କିଏ କରିବ, ତାକୁ ନେଇ ବଡୁ ଓ ସୁଆର ନିଯୋଗଙ୍କ ମଧ୍ୟରେ ହୋଇଥିଲା ଟଣାଓଟରା । ଏହା ପରେ ଗତକାଲି ସନ୍ଧ୍ୟାପରଠାରୁ ହୋଇନି ନୀତିକାନ୍ତି । ସେବାୟତଙ୍କ ବିବାଦ ଯୋଗୁଁ ରାତିସାରା ଉପାସରେ ଥିଲେ ଠାକୁର । ଏଯାଏଁ ବାବା ଲିଙ୍ଗରାଜଙ୍କ ପାଖରେ ଲାଗିପାରିନି ଭୋଗ ।










