17.1 C
Bhubaneswar
Friday, December 19, 2025
Homeଓଡିଶାଆକ୍ସନ ନିଶ୍ଚିତ ହେବ, ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ...

ଆକ୍ସନ ନିଶ୍ଚିତ ହେବ, ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ : ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

• ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି

• କେସ୍ ଏବେ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି

ଭୁବନେଶ୍ୱର, : ଭରତପୁର ଥାନାରେ ନିର୍ଯାତନାର ଶିକାର ହୋଇଥିବା ମେଜରଙ୍କ ବାନ୍ଧବୀଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ଏମ୍ସରେ ଭେଟିଛନ୍ତି।ଉପମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ପୀଡିତଙ୍କୁ ଭେଟି ପୁରା ଘଟଣା ବିଷୟରେ ଶୁଣିବା ସହ ଡିସିପିଙ୍କ ସହ ଆଲୋଚନା କରି ଏହା ଉପରେ ହୋଇଥିବା ତଦନ୍ତ ସମ୍ପର୍କରେ ବୁଝିଛନ୍ତି ।
କେସ୍ ଏବେ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । ଡିଜିପି ୫ଜଣ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି । ଆଜି ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଁ ପୀଡିତାକୁ ଭେଟିବାକୁ ଆସିଛି । ସରକାର ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଜିରୋ ଟଲେରାନ୍ସ ଘୋଷଣା କରିଛନ୍ତି ତେଣୁ ଦୋଷୀ ଯିଏ କେହି ବି ହେଉ ରିପୋର୍ଟ ତ୍ୱରିତ ଆସିବ ଏବଂ ନିର୍ଦ୍ଧିଷ୍ଟ ଦିନରେ ଆସିବ । ଦୋଷୀ ଯିଏ କେହି ବି ହେଉ ଦଣ୍ଡ ନିହାତି ପାଇବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ରିପୋର୍ଟ ଖୁବ କମ୍ ଦିନରେ ଆସିବ ଏବଂ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ ନୀତି ଆପଣାଇଛି ଏବଂ ତାହାକୁ ଆମେ କାମରେ କରିକି ଦେଖାଇବୁ । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହିସାବରେ ଦ୍ଵାୟିତ୍ୱ ସମ୍ପନ୍ନ ହୋଇ ଯିଏ ଦୋଷୀ ସିଏ ଦଣ୍ଡ ପାଇବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ପୀଡିତାର ଅବସ୍ଥା ବର୍ତ୍ତମାନ ଭଲ ଅଛି କିନ୍ତୁ ଯାହା ସହିତ ଏଭଳି ଘଟଣା ହୋଇଥିବ ମାନସିକ ସ୍ଥରରେ ସେ ନିହାତି ଦୁର୍ବଳ ହୋଇଯିବା ସ୍ୱାଭାବିକ । ପୀଡିତା, ତାଙ୍କ ସହ ଯାହା ଘଟିଛି ସେ ସବୁକୁ ଉପମୁଖ୍ୟମନ୍ତ୍ରୀ ଆଗରେ ପ୍ରକାଶ କରିଛନ୍ତି ଏବଂ ଏହା ଉପରେ ଆକ୍ସନ ନିଶ୍ଚିତ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking