15.1 C
Bhubaneswar
Thursday, December 12, 2024
Homeଦେଶ ବିଦେଶଗୋମାଂସ ଖାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ - ହିମନ୍ତ ବିଶ୍ୱ ଶର୍ମା

ଗୋମାଂସ ଖାଇଲେ ନିଆଯିବ କାର୍ଯ୍ୟାନୁଷ୍ଠାନ – ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ : ରାଜ୍ୟରେ ହୋଟେଲ , ରେଷ୍ଟୁରାଣ୍ଟ ଏବଂ  ସର୍ବସାଧାରଣ  ସ୍ଥାନରେ  ଗୋମାଂସ  ଖାଇବା କିମ୍ବା ଦେବା ପାଇଁ ଅନୁମତି ଦିଆଯିବ ନାହିଁ । ଏଭଳି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱ ଶର୍ମା । ଗୋମାଂସ ଖାଇବା ଉପରେ  ପ୍ରଚଳିତ  ଆଇନରେ  ସଂଶୋଧନ କରି ନୂଆ  ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରିବାକୁ  ରାଜ୍ୟ କ୍ୟାବିନେଟ  ବୈଠକରେ ନିଷ୍ପତ୍ତି ନିଆଯାଇଛି । ଯେଉଁମାନେ ଏପରି କରିବେ  ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ । ତିନି ବର୍ଷ ତଳେ  ଆମ ସରକାର  ଗୋହତ୍ୟାଉପରେ  ପ୍ରତିବନ୍ଧକ  ଲଗାଇବା ପାଇଁ ଏକ ଆଇନ ପ୍ରଣୟନ ହୋଇଥିଲା । ଏବେ ସମଗ୍ର ରାଜ୍ୟରେ  ନିଷେଧାଦେଶ ଲାଗୁ କରାଯାଇଛି ।  ପୂର୍ବରୁ ମନ୍ଦିରର ୫ କିଲୋମିଟର ମଧ୍ୟରେ  ଗୋମାଂସ ଖାଇବା  କିମ୍ବା ପରିବେଶଣ  ଉପରେ କଟକଣା ଲଗାଯାଇଥିଲା । କିନ୍ତୁ ଏବେ ନୂଆ ନିର୍ଦ୍ଦେଶରେ ଆମେ  ସମଗ୍ର  ରାଜ୍ୟରେ  ଏହି ନିର୍ଦ୍ଦେଶ ଜାରି କରୁଛୁ  ବୋଲି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ  ହିମନ୍ତ ବିଶ୍ୱଶର୍ମା କହିଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking