ଭୁବନେଶ୍ୱର: ନିର୍ଦ୍ଧାରିତ ସମୟରେ ପାନୀୟ ଜଳ ନ ପହଞ୍ଚିଲେ ହେବ ଆକ୍ସନ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ । ପୂର୍ବରୁ ବିଭିନ୍ନ ଏଜେନ୍ସି ଉପରେ ସରକାର ଆକ୍ସନ୍ ନେଉଥିଲେ । ଏବେ ଅଧିକାରୀଙ୍କ ଉପରେ ବି ଆକ୍ସନ ହେବ । ଏହା ସହ ମନ୍ତ୍ରୀ ଆହୁରି କହିଛନ୍ତି ଯେ ୨୦୨୭ ସୁଦ୍ଧା ଦେଢ ଶହ ଲୋକ ଥିବା ଗାଁକୁ ହେବ ରାସ୍ତା । ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ ଖର୍ଚ୍ଚ କରାଯିବ । ୨୦୨୭ ସୁଦ୍ଧା ୭୫ ହଜାରରୁ ଉର୍ଦ୍ଧ୍ୱ ରାସ୍ତା ନିର୍ମାଣ ଲକ୍ଷ୍ୟ ରହିଛି ରହିଛି । ଏବେ ୩୦ ହଜାରରୁ ଅଧିକ ରାସ୍ତା ନିର୍ମାଣ ସରିଛି ।










