32.1 C
Bhubaneswar
Friday, March 13, 2026
Homeଓଡିଶାଝାରସୁଗୁଡ଼ାରେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ: ୯୨ ଗ୍ୟାସ୍‌ ସିଲିଣ୍ଡର ଜବତ

ଝାରସୁଗୁଡ଼ାରେ ଯୋଗାଣ ବିଭାଗର କାର୍ଯ୍ୟାନୁଷ୍ଠାନ: ୯୨ ଗ୍ୟାସ୍‌ ସିଲିଣ୍ଡର ଜବତ

ଝାରସୁଗୁଡ଼ା: ମଧ୍ୟପ୍ରାଚ୍ୟରେ ଇରାନବିରୁଦ୍ଧରେ ଇସ୍ରାଏଲ୍‌ ଏବଂ ଆମେରିକା ଲଗାତାର ଆକ୍ରମଣ ଫଳରେ ବିଶ୍ବର ଅନେଗଗୁଡ଼ିଏ ରାଷ୍ଟ୍ରରେ ପେଟ୍ରୋଲିୟମ ଜାତ ସାମଗ୍ରୀ ସଙ୍କଟ ଦେଖାଯାଇଛି। ପେଟ୍ରୋଲ ଏବଂ ଡିଜେଲ କିଣା-ବିକା ନେଇ ଅସୁବିଧା ଦେଖାଯାଇ ନଥିବା ବେଳେ ଏଲ୍‌ପିଜି ଗ୍ୟାସ୍‌ ଅସୁବିଧା ଦେଖାଯାଉଛି। ଫଳରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତାକଡ଼ରେ ଥିବା ଦେକାନକରେ ଖାଇବା ଦର ବଢ଼ିଚାଲିଛି। ଘରୋଇ ଗ୍ୟାସ ସଙ୍କଟ ମଧ୍ୟରେ ଚୋରା ବେପାରୀ ଏଥିରୁ ଲାଭ ଉଠାଉଛନ୍ତି।  ଏଲ୍‌ପିଜି ଗ୍ୟାସ୍‌ ଦର ଚୋରା ଦର ବ୍ୟାପକ ଭାବେ ବଢ଼ିଚାଲିଛି। ମାର୍ଚ୍ଚ ପ୍ରଥମ ସପ୍ତାହରେ ଚୋରାରେ ଗ୍ୟାସ ସିଲିଣ୍ଡର ୧୦୦୦ ଟଙ୍କାରେ ମିଳୁଥିବା ବେଳେ ଏବେ ହାର ଦର ୧୫୦୦ରୁ ୨୦୦୦ ଟଙ୍କାରେ ବିକୁଛନ୍ତି। ସରକାରଙ୍କ ତାଗିଦ ପରେ ମଧ୍ୟ‌ ଚୋରା ବେପାରୀମାନେ ନିଜର କଳାକାମ ଜାରି ରଖିଛନ୍ତି। ପ୍ରଶାସନର ଚଢ଼ଉକୁ ବେପାରୀମାନେ ଖାତିର କରୁନାହାନ୍ତି। ବେଆଇନ ଭାବେ ଗଚ୍ଛିତ କରାଯାଇଥିବା ୯୨ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି ଯୋଗାଣ ବିଭାଗ। ୨୮ଟି ଭର୍ତ୍ତି ଥିବା ଗ୍ୟାସ ସିଲିଣ୍ଡର ସହ ଗୋଟିଏ ବ୍ୟବସାୟିକ ଭର୍ତ୍ତି  ଥିବା ଗ୍ୟାସ ସିଲିଣ୍ଡର ଜବତ ହୋଇଛି। ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗର ଏହି ଚଢ଼ଉ କରାଯାଇଛି। ବେହେରାମାଲ ଛକ ନିକଟରେ ଥିବା ସାହୁ ଗ୍ୟାସ୍‌ ସର୍ଭିସ୍‌ରେ ଚଢ଼ଉ କରି ବେଆଇନ ଭାବେ ଗଚ୍ଛିତ ଥିବା ସିଲିଣ୍ଡର ଜବତ କରି ନିଜ ହେପାଜତକୁ ନେଇଛି ଯୋଗାଣ ବିଭାଗ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking