28.1 C
Bhubaneswar
Saturday, October 5, 2024
Homeଓଡିଶାକାର୍ଯ୍ୟରେ ଅବହେଳା ଯୋଗୁ ୫ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

କାର୍ଯ୍ୟରେ ଅବହେଳା ଯୋଗୁ ୫ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

କନ୍ଧମାଳ : କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର ଏଏସଆଇ ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ ରତ୍ନାକର ନାୟକଙ୍କୁ କାର୍ୟ୍ୟରୁ ଅନ୍ତର କରାଯାଇଛି। କନ୍ଧମାଳ ଅତିରିକ୍ତ ଏସପି ବଳଭଦ୍ର ଦୀପ ଏହି ସୂଚନା ଦେଇଛନ୍ତି। କନ୍ଧମାଳ ଏସ୍ପି ଶୁଭେନ୍ଦୁ ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଏହି ୫ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ୫ଜଣ ପୁଲିସ କର୍ମଚାରୀ ପେଟ୍ରୋଲିଂ ଏବଂ ଗାଡ଼ି ଯାଞ୍ଚ ବେଳେ କାର୍ୟ୍ୟରେ ଅବହେଳା କରିଥିବା ସେମାନଙ୍କୁ ବିରୋଧରେ ଅଭିଯୋଗ ଆସିଥିଲା। କନ୍ଧମାଳ ଏସପି ଘଟଣାର ତଦନ୍ତ କରି ଏହି ୫ଜଣ କର୍ମଚାରୀଙ୍କ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking