ଭୁବନେଶ୍ୱର : ବଦଳି ବା ପୋଷ୍ଟିଂ ପାଇଁ ଚାପ ପକାଉଥିବା କର୍ମଚାରୀଙ୍କୁ ବଡ ଝଟକା ଲାଗିଛି । ପୋଷ୍ଟିଂ ପାଇଁ କୌଣସି ଚାପ ପକାଇଲେ କାର୍ଯ୍ୟାନୁଷ୍ଠାନ ହେବ । ଏନେଇ ସବୁ ବିଭାଗର ସଚିବମାନଙ୍କୁ ଚିଠି କଲେ ମୁଖା ଶାସନ ସଚିବ । କିଛି କର୍ମଚାରୀ ବଦଳି ବା ପୋଷ୍ଟିଂ ପାଇଁ ପ୍ରଭାବ ପକାଉଥିବା ଦେଖାଯାଉଛି । ଏହା ସରକାରୀ ଚାକିରିର ସର୍ଭିସ କଣ୍ଡକୁ ରୁଲ ଉଲ୍ଲଂଘନ କରୁଛି । ପ୍ରଶାସନିକ ଆବଶ୍ୟକତା ଅନୁସାରେ ବଦଳି ବା ପୋଷ୍ଟିଂ କରାଯାଇଥାଏ । ମେରିଟକୁ ଦୃଷ୍ଟିରେ ରଖି ବିଧି ବ୍ୟବସ୍ଥା ଅନୁସାରେ ପୋଷ୍ଟିଂ କରାଯାଇଥାଏ । ବଦଳି ପାଇଁ ଚାପ ପକାଇଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ।