ଭୁବନେଶ୍ୱର : ଦିନକୁ ଦିନ ସାଇବର ଅପରାଧ ବଢି ଚାଲିଛି । ସାଇବର ଅପରାଧ ଅଧିକ ବଢୁଥିବା ନେଇ ଡିଜିପି ୱାଇ ବି ଖୁରାନିଆ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି , ସାଇବର ଅପରାଧୀଙ୍କୁ ସାବାଡ କରିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ ଚାଲିଛି । ମାତ ଦେବାକୁ ପୁଲିସ କର୍ମଚାରୀଙ୍କୁ ଦିଆଯିବ ଟ୍ରେନିଂ । କିଭଳି ତଦନ୍ତ କରିବେ ସେନେଇ ଅତ୍ୟାଧୁନିକ ଟ୍ରେନିଂ ମିଳିବ । ଅଧିକରୁ ଅଧିକ ତଦନ୍ତକାରୀ ଅଫିସରଙ୍କୁ ଟ୍ରେନିଂ ଦିଆଯିବ । ଭୁବନେଶ୍ୱର ଆଇଆଇଟି ଓ ଗାନ୍ଧୀନଗରର ଏନଏଫଏସୟୁ ସହ ଏମଓୟୁ ହେବ । ସାଇବର ଅପରାଧ ରୋକିବା ଦିଗରେ ଉଭୟ ସଂସ୍ଥାଠୁ ସହାୟତା ନିଆଯିବ । ସାଇଭର ଅପରାଧ ରୋକିବାକୁ ଓଡିଶାରେ ହେବ ସେଣ୍ଟର ଅଫ ଏକ୍ସିଲେନ୍ସ । ସାଇବର ଠକକୁ ମାତ ଦେବାରୁ ଏଆଇର ସହାୟତା ନେବ ପୋଲିସ । ଏବେ ସୁଦ୍ଧା ୧୪ ଜିଲ୍ଲାରେ ନାହିଁ ସାଇବର ଥାନା ।










