ଭୁବନେଶ୍ୱର: ବୈକୁଣ୍ଠ ଧାମ ସ୍କୁଲ ସରକାରୀ ଜମିରେ ଥିବା ପ୍ରସଙ୍ଗ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରତିକ୍ରିୟା । ଆଗାମୀ ଦିନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡିଲେ ତଦନ୍ତ କରାଯିବ । ଏ ସବୁ ଜିନିଷକୁ ଆମେ ଅନୁଧ୍ୟାନ କରୁଛୁ । ସୂଚନା ଯୋଗ୍ୟ ବୈକୁଣ୍ଠ ଧାମ ରେ ଚାଲିଥିବା ଆତ୍ମଘୋଷିତ ବାବା କାଶୀନାଥଙ୍କ ଅତି ନିକଟତର ଶିଷ୍ୟ କେ କ୍ରୀଷ୍ଣା ନନ୍ଦ ପ୍ରଭୁ, ବାବା କାଶୀନାଥ, କାଶୀନାଥଙ୍କ ପୁଅ ସତୀଶ ଓରଫ ଅନନ୍ତ ମାଧବ, ପାଣ୍ଡବ ପରିଡା, ମୋହନ ବେହେରା ଓ ହରିଆଣାର ଭିକି ନାମକ ମହିଳାଙ୍କ ନାଁରେ ଅଭିଯୋଗ ହୋଇଛି । ଏହାସହ ପେଜୁ ଓ ସୁଧୀର ନାମକ ଅନ୍ତେବାସୀଙ୍କ ନାଁରେ ମଧ୍ୟ ସହିଦନଗର ଥାନାରେ ଅଭିଯୋଗ ହୋଇଛି ।