15.1 C
Bhubaneswar
Monday, December 8, 2025
Homeଓଡିଶାମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲା ୬୬.୭ % ହ୍ରାସ: ମନ୍ତ୍ରୀ

ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲା ୬୬.୭ % ହ୍ରାସ: ମନ୍ତ୍ରୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନ । ବିଭିନ୍ନ ବିଭାଗୀୟ ମନ୍ତ୍ରୀ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖୁଛନ୍ତି ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୭୨ ଅନ୍ତର୍ଗତ ଗାଁରେ ଘଟିଥିବା ଦୁର୍ବ୍ୟବହାର, ସରକାର ନାରୀକୁ ସୁରକ୍ଷା ଦେବାରେ ସମ୍ପୁର୍ଣ୍ଣ ବିଫଳ । ଏ ସମ୍ପର୍କରେ ମାନ୍ୟବର ବିଧାୟକ ରାମଚନ୍ଦ୍ର କାଡାମ, ସିଏସ ରାଜେନ ଏକ୍କା, ଅଶୋକ କୁମାର ଦାସ, ମଙ୍ଗୁଖିଲଙ୍କ ଆଗତ ମୁଲତବୀ ପ୍ରସ୍ତାବ ଉପରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି । କହିଛନ୍ତି, ଗତ ୨୩ରେ ଅପରାହ୍ଣ ୪ଟାରେ ମାଲକାନଗିର ଏମଭି-୭୨ ଗାଁରେ ୩ ନାବାଳିକାଙ୍କୁ ସେହି ଗ୍ରାମର ନରେନ ରାୟ ଦୁବ୍ୟବହାର କରିଥିବା ସଂପର୍କରେ ୨୫ ତାରିଖରେ ଲିଖିତ ଅଭେଯାଗ କ୍ରମେ ୨୫ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇ ୨୬ରେ କୋର୍ଟ ଚାଲାମ କରାଯାଇଛି । ତଦନ୍ତ ଏବେବି ଜାରି ରହିଛି ।

ମନ୍ତ୍ରୀ ଆହୁରି କହିଛନ୍ତି, ୧୫ ମାସରେ ମହିଳା ଓ ଶିଶୁ ମାନଙ୍କ ପ୍ରତି ହେଉଖିବା ଅପରାଧିକ ମାମଲା ଅର୍ଥାତ ୨୦୨୩ରୁ ୨୦୨୨୪ ମଧ୍ୟରେ ଉକ୍ତ ଅପରାଧକୁ ତୁଳନା କରାଯାଏ ତେବେ ଅପରାଧ ସଂଖ୍ୟା ଅପେକ୍ଷାକୃତ ଭାବେ ସ୍ଥିର ରହିଛି । ୧.୦୭.୨୦୨୪ରୁ ୩୦.୦୯.୨୦୨୫ ମଧ୍ୟରେ ମହିଳାମାନଙ୍କ ବିରୋଧରେ ଘଟୁଥିବା ଅପରାଧରେ ମୋଟ ୪୦, ୯୪୭ ପଞ୍ଜୀକୃତ ହୋଇଥିଲା ବେଳେ ୧.୦୪.୨୦୨୩ରୁ ୩୦.୦୬.୨୦୨୪ ମଧ୍ୟରେ ୪୦,୭୭୧ ଥିଲା । ମହିଳାମାନଙ୍କ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇ ଆସିଛନ୍ତି ।

ଯୌନ ନିର୍ଯାତନା ମାମଲାରେ ୦.୭ % ସାମାନ୍ୟ ବୃଦ୍ଧି ପାଇଛି ।

 Voyeurism ମାମଲା ସ୍ଥିର ରହିଛି ।

ମହିଳାଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ ୬୬.୭ % ହ୍ରାସ ପାଇଛି ।

ମହିଳା ଚାଲାଣ ମାମଲାରେ ୨୪.୧ % ହ୍ରାସ ପାଇଛି ।

ଯୌତୁକ ହତ୍ୟା ମାମଲାରେ ୨୦.୬ % ହ୍ରାସ ପାଇଛି ।

ଯୌତୁକ ନିର୍ଯାତନା ମାମଲାରେ ୭.୨ % ହ୍ରାସ ପାଇଛି ।

ଜିଲ୍ଲା ଗୁଡିକରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ମହିଳା ସମ୍ପର୍କିତ ସମ୍ବେଦନଶୀଳ ମାମଲାଗୁଡିକର ତଦନ୍ତ ପାଇଁ ଜିଲ୍ଲାସ୍ତରରେ ୨୯ଟି ଆଇୟୁ ସିଏଡବ୍ଲ୍ୟୁ କାର୍ଯ୍ୟ କରୁଚି । ନିକଟରେ ରାଜ୍ୟ ସରକାର ଏକ ନୂତନ ଆଇୟୁସିଏଡବ୍ଲ୍ୟୁ ୟୁନିଟ ମଞ୍ଜୁର କରିଥିବା ବେଳେ ଆଉ ୫ଟି ଆଇୟୁସିଏଡବ୍ଲ୍ୟୁ ୟୁନିଟ ସୃଷ୍ଟି ପାଇଁ ପ୍ରସ୍ତାବ ବିଚାରଧୀନ ଅଛି ।ସ୍ବତନ୍ତ୍ର ଜୁଭେନାଇଲ୍ ପୋଲିସ ୟୁନିଟରେ ନିୟୋଜିତ ଅଧିକାରୀ, ନିଖୋଜ ଥିବା ଶିଶୁ, ଆଇନ ସହିତ ଦ୍ବନ୍ଦରେ ଥିବା ଶିଶୁ, ପରିତ୍ୟକ୍ତ ଶିଶୁ ତଥା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କ ଉପରେ ବିଶେଷ ଦୃଷ୍ଟି ଦେଉଛନ୍ତି ।

ମାନବ ଚାଲାଣ ଓ ଶିଶୁ ନିଖୋଜ ସମସ୍ୟାର ମୁକାବିଲା କରିବା ପାଇଁ ପ୍ରତ୍ୟେକ ଜିଲ୍ଲାରେ ଜଣେ DSP/ଇନ୍ସପେକ୍ଟରଙ୍କ ଦାୟିତ୍ଵରେ ସମନ୍ବିତ ମାନବ ଚାଲାଣ ପ୍ରତିରୋଧ ଶାଖା ଗଠନ କରାଯାଇଛି ।ବର୍ତ୍ତମାନ ଓଡ଼ିଶାରେ ୩୬ ଟି ପୋଲିସ ଜିଲ୍ଲା ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାରେ ଗୋଟିଏ, ମୋଟ ୩୭ ଟି ମାନବ ଚାଲାଣ ପ୍ରତିରୋଧ ୟୁନିଟ୍ (IAHTU) କାର୍ଯ୍ୟକ୍ଷମ ଅଛି ।

୬୪୯ଟି ପୋଲିସ ଷ୍ଟେସନରେ ଜଣେ ଏସ. ଆଇ/ଏ.ଏସ.ଆଇଙ୍କ ଅଧୀନରେ ମହିଳା ଏବଂ ଶିଶୁ ଡେସ୍କ କାର୍ଯ୍ୟ କରୁଛି ।ରାଜ୍ୟରେ ୭୧ଟି ଶିଶୁ ଅନୁକୂଳ ପୋଲିସ ଥାନା କାର୍ଯ୍ୟ କରୁଛି । ପ୍ରତି ଶିଶୁ ଅନୂକୁଳ ପୋଲିସ ଥାନା ପାଇଁ ୩ ଲକ୍ଷ ଟଙ୍କା ପ୍ରଦାନ କରୁଛି ।ଶିଷୁମାନଙ୍କ ବିରୁଦ୍ଧରେ ଯୌନ ଅପରାଧ ମାମଲାରେ ଶୀଘ୍ର ବିଚାର ପାଇଁ ୨୪ଟି ସ୍ୱତନ୍ତ୍ର ପୋସ୍କା ଫାଷ୍ଟ ଟ୍ରାକ କୋର୍ଟ ଅଛି ।ସୁଭଦ୍ରା ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଓଡିସା ପୁଲିର ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସୁଭଦ୍ରା ସୁରକ୍ଷା ବଜେଟର ବ୍ୟବସ୍ତା କରିଛନ୍ତି । ଇଆରଏସଏସ ୧୧୨ ସହିତ ସମ୍ନବିତ ହେବା ପାଇଁ ଏକ ମହିଳା ସୁରକ୍ଷା ଆପ କରାଯିବ । ଆଇୟୁସିଡବ୍ଲ୍ୟୁକୁ ସୁଦୃଢ କରିବା ପାଇଁ ଡିଜିଟାଲ ଉପକରଣ ଏବଂ ଯାନବାହାନର ବ୍ୟବସ୍ଥା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking