32.1 C
Bhubaneswar
Wednesday, September 18, 2024
Homeଅପରାଧଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଭଦ୍ରକ : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ । ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ପରେ ବି ନାହିଁ ପୋଲିସର କାର୍ଯ୍ୟାନୁଷ୍ଠାନ । ଶେଷରେ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣାରେ ବସିଲେ ମୃତ ମହିଳାଙ୍କ ପରିବାର ଲୋକେ । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ପାଳସାହି ଗାଁରେ । ୮ ବର୍ଷ ପୂର୍ବେ ପାଳସାହି ଗାଁର ସରିତା ପରିଡାଙ୍କୁ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ହରିହରପୁର ଗାଁର ରାଜେନ୍ଦ୍ର ବାରିକଙ୍କୁ ବିବାହ କରିଥିଲେ ।

ବିବାହ ବେଳେ ଯୌତୁକ ଆକାରରେ ନଗଦ ୫୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଆସବାବପତ୍ର ଦେଇଥିଲେ । ପରେ ବାପଘରୁ ଆହୁରି ୫୦ ହଜାର ଟଙ୍କା ଆଣିବା ପାଇଁ ସରିତାଙ୍କୁ ଚାପ ପକାଉଥିଲେ ଶାଶୁ ଘର ଲୋକେ । ୧୫ ଦିନ ପୂର୍ବେ ଶାଶୁ ଘର ଲୋକେ ନିର୍ଯାତନା ଦେବା ସହ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ସରିତାଙ୍କ ପରିବାର ଲୋକ ।

ସରିତାଙ୍କ ଦେହରେ କ୍ଷତଚିହ୍ନ ଥିବା ପରିବାର ଲୋକ ଅଭିଯୋଗ କରିବା ସହ ମଙ୍ଗଳପୁର ଥାନାରେ ମାମଲା ରୁଜୁ କରିଥିଲେ । ସରିତାଙ୍କ ୨ ଝିଅ ଓ ୧୧ ମାସର ଶିଶୁପୁତ୍ର ଅଛି । ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ନ୍ୟାୟ ପାଇଁ ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଆଜି ମୃତ ସରିତାଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲେ । ଅନ୍ୟପଟେ ଖୁବଶୀଘ୍ର ପୋଲିସ କାର୍ଯ୍ୟାନୁଷ୍ଠନ ନନେଲେ ଆତ୍ମହତ୍ୟାର ଚେତାବନୀ ଦେଇଛନ୍ତି ମୃତ ସରିତାଙ୍କ ମାଆ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking