28.1 C
Bhubaneswar
Sunday, September 8, 2024
Homeଓଡିଶାନାବାଳିକାକୁ ଗାଳିଗୁଲଜ କରି ଡରାଇବା ଅଭିଯୁକ୍ତଙ୍କୁ ୨ ବର୍ଷ ସଜା

ନାବାଳିକାକୁ ଗାଳିଗୁଲଜ କରି ଡରାଇବା ଅଭିଯୁକ୍ତଙ୍କୁ ୨ ବର୍ଷ ସଜା

ଭୁବନେଶ୍ୱର: ଭୁବନେଶ୍ୱର ଫାଷ୍ଟ ଟ୍ରାକ ସ୍ପେଶାଲ କୋର୍ଟ (ପକସୋ)ର ଆଡହକ ଆଡିସନାଲ ସେସନ୍ସ ଜଜ ଏସ୍ କେ ସାହୁ, ବଡଗଡ ଥାନା ଅଞ୍ଚଳର ଏକ ମାମଲାର ବିଚାର କରି ଆସାମୀ ଶୁଭ୍ରାଂଶୁ ଭଞ୍ଜକୁ ସଜା ଶୁଣାଇଛନ୍ତି । ଅଭିଯୁକ୍ତ ଶୁଭ୍ରାଂଶୁ ଭଞ୍ଜ ୧୨ ବର୍ଷର ଏକ ନାବଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ ଓ ତାଙ୍କୁ ଜୋରଜବରଦସ୍ତ ଭଲ ପାଇବା ଲାଗି ଉକ୍ତ ନାବାଳିକା ଝିଅ ଉପରେ ଚାପ ପକାଉଥିଲେ । ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଭୟଭୀତ କରି ତାଙ୍କ ଫୋନ ନମ୍ବର ଆଣିବା ସହିତ ତାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲେ । ନାବାଳିକା ଜଣକ ଅଭିଯୁକ୍ତଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଅଭିଯୁକ୍ତ ତାଙ୍କୁ ବିଭିନ୍ନ ସମୟରେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ ଏବଂ ଘରେ ଏକୁଟିଆ ଥିବା ସମୟରେ ଘର ନିକଟକୁ ଯାଇ ତାଙ୍କୁ ନାନାପ୍ରକାର ଧମକ ଦେଉଥିଲେ । ଗତ ୨୦୨୧ ମସିହା ଏପ୍ରେଲ୍ ମାସ ୨୯ ତାରିଖ ସନ୍ଧ୍ୟା ୫ ଟା ସମୟରେ ପିଡ଼ିତାଙ୍କ ଘରେ କେହିନଥିବାର ଜାଣିବାକୁ ପାଇ ଅଭିଯୁକ୍ତ ଜଣକ ତାଙ୍କ ଘରେ ବଳପୂର୍ବକ ପଶି ପିଡ଼ିତାଙ୍କୁ ଗାଳିଗୁଲଜ କରି ଡରାଇ ଥିଲେ । ଏନେଇ ପୀଡିତାଙ୍କ ମା ଭୟଭୀତ ହୋଇ ବଡଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଉଭୟ ଘଟଣାକୁ କେନ୍ଦ୍ର କରି ଦୁଇ ପୃଥକ ଥାନାରେ ମାମଲା ରୁଜୁ ହୋଇଥିଲା । ପୁଲିସ ପୋକ୍ସୋ ଧାରା ୧୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶୁଭ୍ରାଂଶୁ ଭଞ୍ଜକୁ ଖୁବ ଶୀଘ୍ର ଗିରଫ କରିବାରେ ସକ୍ଷମ ହୋଇଥିଲା । ପୋକ୍ସୋ ମାମଲାର ବିଚାର କରି ମାନ୍ୟବର ଅଦାଲତ ୬ ଜଣ ସାକ୍ଷୀ ଓ ପ୍ରଯୁଜ୍ୟ ଦସ୍ତାବିଜ ଗୁଡିକୁ ଆଧାର କରି ଅଭିଯୁକ୍ତ ଶୁଭ୍ରାଂଶୁ ଭଞ୍ଜଙ୍କୁ ଦଫା-୩୫୪(ଡି) ଅନୁଯାଇ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦୦୦ଟଙ୍କାର ଜୋରିମନା ଆଦେଶ ଦେଇଛନ୍ତି ଏବଂ ଜୋରିମନା ଅନନାଦେୟ କ୍ଷେତ୍ରରେ ଅଧିକ ୧୫ ଦିନର କାରାଦଣ୍ଡ ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ପୋସ୍କୋ ଧାରା ୧୨ ଅନୁଯାଇ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦୦୦ଟଙ୍କାର ଜୋରିମନା ଲାଗି ମଧ୍ୟ ଆଦେଶ ଦେଇଛନ୍ତି । ଏବଂ ଜୋରିମନା ଅନ୍ୟଦେୟ କ୍ଷେତ୍ରରେ ଅଧିକ ୧୫ ଦିନର କାରାଦଣ୍ଡର ଆଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ତରଫରୁ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର ବଳଦେବ ଦେଓ ପ୍ରମୁଖ ପରିଚାଳନା କରିଥିଲେ । ସୂଚନାଯୋଗ୍ୟ ଯେ, ଗତବର୍ଷ ସମୁଦାୟ ୮୨ଟି ମାମଲାରେ ଦୋଷୀ ମାନଙ୍କୁ ସଜା ଦିଆଯାଇ ସାରିଥିବା ବେଳେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ତରଫରୁ ଚଳିତ ବର୍ଷ ଏଯାବତ ୫୭ ଟି ମାମଲାରେ ଦୋଷୀଙ୍କୁ ସଜା ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking