21.1 C
Bhubaneswar
Monday, January 19, 2026
Homeଅପରାଧ୩ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରି ପୋତି ଦେଲା ଅଭିଯୁକ୍ତ

୩ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରି ପୋତି ଦେଲା ଅଭିଯୁକ୍ତ

ହାଇଦ୍ରାବଦ୍ : ଚକୋଲେଟ ଦେଇ ୩ବର୍ଷୀୟ ଶିଶୁ ସହ ଦୁଷ୍କର୍ମ କରିବା ପରେ ପୋତି ଦେଲା ଅଭିଯୁକ୍ତ। ଆନ୍ଧ୍ରପ୍ରଦେଶର ତିରୁପତିରେ ଘଟିଛି ଏଭଳି ଘଟଣା। ଏତଲା ପରେ ଏବେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତଜଣକ ପୀଡ଼ିତାଙ୍କ ପଡୋଶୀ ଥିଲେ। ପୀଡ଼ିତାଙ୍କ ମା’ ତାଙ୍କୁ ଭାଇ ଭଳି ଦେଖୁଥିଲେ। ହେଲେ ସେ ଏଭଳି ରାକ୍ଷସ ପାଲଟିଯିବ ବୋଲି କେହି ଭାବିନଥିଲେ। ସୂଚନା ମୁତାବକ, ଶୁକ୍ରବାର ପୀଡ଼ିତାଙ୍କୁ ଚକୋଲେଟ ଦେବାକୁ ଡାକି ନେଇଥିଲେ ଅଭିଯୁକ୍ତ। ପ୍ରତିଦିନ ଘରକୁ ଆସୁଥିବାରୁ ପରିବାର ଲୋକେ ସନ୍ଦେହ ନକରି ଝିଅକୁ ଅଭିଯୁକ୍ତ ସହ ଛାଡ଼ିଥିଲେ। ଚକୋଲେଟ ଦେବା ବଦଳରେ ତାଙ୍କୁ ଏକ ଖୋଲା ପଡ଼ିଆକୁ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ।

ଦୁଷ୍କର୍ମ ପରେ ଗଳା ଚିପି ହତ୍ୟା କରିବା ସହ ସେଠାରେ ହିଁ ପୋତି ଦେଇଥିଲା। ସନ୍ଧ୍ୟା ହେବା ପରେ ବି ଝିଅ ଘରକୁ ନଫେରିବାକୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ। କେ?ଣସି ପତ୍ତା ନମିଳିବାରୁ ସେମାନେ ପୁଲିସରେ ଅଭିଯୁକ୍ତ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ଏତଲା ପାଇ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା କରିବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ମନା କରୁଥିଲେ ବି ଶେଷରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିଲା। ଅଭିଯୁକ୍ତଠାରୁ ସୂଚନା ନେଇ ପୁଲିସ ମୃତ ଶିଶୁକୁ ମାଟି ତଳୁ ବାହାର କରି ଏବେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କେଉଁ କାରଣରୁ ସେ ଏଭଳି କାମ କଲେ ତା’ର ଉତ୍ତର ଖୋଜୁଛି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking