33.1 C
Bhubaneswar
Wednesday, October 16, 2024
Homeଅପରାଧଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳାରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘରେ କେହି ନ ଥିବାବେଳେ ରାତି ଅଧରେ ଜଣେ ବିବାହିତ ଯୁବକ ଯୁବତୀଙ୍କ ଘର ଭିତରେ ପଶି ଜୋରଜବରଦସ୍ତ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଘଟଣାଟି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମଭି ୮୦ ଗ୍ରାମରେ ଗତ ୧୨ ତାରିଖ ରାତି ଗୋଟାଏରୁ ୨ଟା ଭିତରେ ଘଟିଛି । ଗତକାଲି ୧୯ ବର୍ଷୀୟ ପୀଡିତା ଯୁବତୀ ଜଣଙ୍କ ମୋଟୁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ଜଣାପଡିଛି ।

ଅଭିଯୋଗ ପାଇବା ପରେ ମୋଟୁ ପୁଲିସ ଆଜି ପୀଡିତାର ମାଲକାନଗିରି ମେଡିକାଲରେ ଡାକ୍ତରୀମାଇନା କରିବା ପରେ ଘଟଣାର ଛାନଭିନ ଆରମ୍ଭ କରିଛି । ସେପଟେ ଦୁଷ୍କର୍ମ କରିଥିବା ଏମଭି ୮୦ ଗ୍ରାମର ୨୬ ବର୍ଷୀୟ ବିବାହିତ ଯୁବକ ଅଶୋକ ସରକାର ଫେରାର ଥିବାର ସୂଚନା ମିଳିଛି । ସୂଚନାଯୋଗ୍ୟ, ଯୁବତୀର ମାଆଙ୍କ ମୃତ୍ୟୁ ହୋଇସାରିଥିବାବେଳେ ବାପା ରାତିରେ ମାଛ ମାରିବାକୁ ନିକଟସ୍ଥ ପୋଖରୀକୁ ଯାଇଥିଲେ । ଯୁବତୀ ଜଣଙ୍କ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଅଭିଯୁକ୍ତ ଜୋରଜବରଦସ୍ତ ଘରେ ପଶି ମାରିଦେବାକୁ ଧମକ ଦେଇ ଦୁଷ୍କର୍ମ କରିଥିବାର ଯୁବତୀ ମୋଟୁ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି। ଏ ସମ୍ପର୍କରେ ମୋଟୁ ଥାନାରେ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି ବୋଲି କହିଛନ୍ତି ସବ ଇନ୍ସପେକ୍ଟର ଲକ୍ଷ୍ମୀଧର ଲେଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking