31.1 C
Bhubaneswar
Tuesday, March 24, 2026
Homeଓଡିଶାଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ; ଜଣେ ମୃତ, ୨୫ ଆହତ

ଦୀପାବଳିରେ ବିଭିନ୍ନ ସ୍ଥାନରେ ଅଘଟଣ; ଜଣେ ମୃତ, ୨୫ ଆହତ

ଭୁବନେଶ୍ୱର : ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଫୁଟାଇଲା ବେଳେ ଅଘଟଣ ଘଟିଛି। ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, ବାଲେଶ୍ୱର ଓ ରାୟଗଡ଼ାରେ ଛୋଟ ବଡ଼ ଅଘଟଣ ଘଟିଛି। କେଉଁଠି ଜୀବନ ବି ଯାଇଛି ତ ପୁଣି କେଉଁଠି ଅନେକ ଲୋକ ଆହତ ହୋଇଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ବାଣ ଫୁଟାଇଲା ବେଳେ ଅଘଟଣ ଘଟି ୧୫ରୁ ଅଧିକ ଜଣ ଆହତ ହୋଇଛନ୍ତି। ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେହିପରି ପୁରୀ ସଦର ଥାନା ବାଟଗାଁରେ ବାଣ ବିସ୍ଫୋରଣରେ ଜଣେ ମହିଳା ସହ ୨ ଜଣ ଯୁବକ ଆହତ ହୋଇଥିଲେ। ସମସ୍ତଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଗୁରୁତରଙ୍କୁ ଭୁବନେଶ୍ୱର ଏମସରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଏଥିସହ ବାଲେଶ୍ୱର ଜିଲ୍ଲାର ସୋର ଅଞ୍ଚଳରେ ବାଣ ଫୁଟାଇବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ଅଘଟଣ ଘଟି ୮ ଜଣ ଆହତ ହୋଇଛନ୍ତି। ଅଧିକାଂଶ ଛୋଟ ପିଲା ବାଣ ଫୁଟାଇବା ବେଳେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ରାୟଗଡ଼ା ଜିଲ୍ଲା ଜଗନ୍ନାଥ ମନ୍ଦିର ସାହିରେ ବାଣ ନିଆଁରେ ଦୋକାନ ଘର ଜଳିଯାଇଛି। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking