33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଦୁର୍ଘଟଣା ଷଡ଼ଯନ୍ତ୍ର, ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ଦୁର୍ଘଟଣା ଷଡ଼ଯନ୍ତ୍ର, ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର

ଉତ୍ତରାଖଣ୍ଡ : ଟ୍ରେନ୍‌ ଦୁର୍ଘଟଣା ଘଟାଇବାକୁ ଷଡ଼ଯନ୍ତ୍ର। ଟ୍ରେନ୍‌ ଲାଇନ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର। ଉତ୍ତରାଖଣ୍ଡର ରୁରକିରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ। ସୂଚନା ମୁତାବକ, ଉତ୍ତରାଖଣ୍ଡର ରୁରକି ସ୍ଥିତ ଲଣ୍ଡଉରା ଓ ଧନନ୍ଧେରା ମଝିରେ ଗ୍ୟାସ୍‌ ସିଲିଣ୍ଡର ଠାବ ହୋଇଛି। ତେବେ ଲୋକ ପାଇଲଟ ଟ୍ରାକ୍‌ ଉପରେ ଗ୍ୟାସ୍‌ ସିଲିଣ୍ଡର ଦେଖିବା ପରେ ତୁରନ୍ତ ଏମରଜେନ୍ସି ବ୍ରେକ୍‌ ଲଗାଇ ଟ୍ରେନ୍‌କୁ ଅଟକାଇଛନ୍ତି। ଫଳରେ ଏକ ବଡ଼ ଦୁର୍ଘଟଣା ଘିଟିବା ପୂର୍ବରୁ ଅଳ୍ପକେ ବର୍ତ୍ତି ଯାଇଛି ଟ୍ରେନ୍‌। ଲୋକୋ ପାଇଲଟ୍ ତୁରନ୍ତ ମୁରାଦାବାଦରେ ଅବସ୍ଥିତ ରେଳ ନିୟନ୍ତ୍ରଣ କକ୍ଷର ଅଧିକାରୀମାନଙ୍କୁ ଏନେଇ ସୂଚନା ଦେଇଥିଲେ। ଏହି ସୂଚନା ପରେ ରେଳ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ ସିଲିଣ୍ଡରକୁ ଟ୍ରାକରୁ ହଟାଇଛନ୍ତି। ଆର୍‌ପିଏଫ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଯାଞ୍ଚ ପରେ ସିଲିଣ୍ଡରଟିରେ ଗ୍ୟାସ୍‌ ନଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking