ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଅନ୍ତର୍ଗତ ଡୁଲିଙ୍ଗା କୋଇଲା ଖଣି ଭିତରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ରୁ ଅଧିକ ଗୁରୁତର ହୋଇଛନ୍ତି । ସିଫ୍ଟ ଚେଞ୍ଜ ସମୟରେ ଅପରେଟରମାନଙ୍କୁ ନେଇ ଯାଉଥିବା ବସଟି ଖଣି ଭିତରେ ଓଲଟିଥିଲା । ବସରେ ୩୦ରୁ ଅଧିକ ଅପରେଟର ଥିଲେ । ଗୁରୁତର ଓ ଆହତମାନଙ୍କୁ ବ୍ରଜରାଜନଗରର ଏକ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଥିବା ସୂଚନା ରହିଛି । ଅନ୍ୟପଟେ ଏନଟିପିସି ଡୁଲିଙ୍ଗା କମ୍ପାନୀ ବାହାରେ ଅନ୍ୟ ଅପରେଟର ଓ ଶ୍ରମିକମାନେ କାଯ୍ୟ ବନ୍ଦ କରିଛନ୍ତି ।










