ମାଲକାନଗିରି : ଓଡିଶା ଛତିଶଗଡ ସୀମାନ୍ତରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍ତର ଜିଲ୍ଲା ଦରଭା ଘାଟିରେ ଟ୍ରକଟି ଓଲଟି ପଡିଛି । ଯାତ୍ରୀ ବୋଝେଇ ଟ୍ରକ ଓଲଟି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଚନ୍ଦୋମେଟା ସାପ୍ତାହିକ ହାଟରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସିଆରପିଏଫ ଯବାନଙ୍କ ଦ୍ୱାରା ଉଦ୍ଧାର କାଯ୍ୟ ଜାରି ରହିଛି । ସିଆରପିଏଫ ଓ ଡାକ୍ତର , ଆମ୍ବୁଲାନ୍ସ ପହଞ୍ଚି ଉଦ୍ଧାର କାଯ୍ୟ ଜାରି ରଖିଛନ୍ତି ।