19.1 C
Bhubaneswar
Sunday, December 14, 2025
Homeଓଡିଶାଦୁର୍ଘଟଣା: ଚାଲିଗଲା ୪ଜୀବନ

ଦୁର୍ଘଟଣା: ଚାଲିଗଲା ୪ଜୀବନ

ଭୁବନେଶ୍ବର/ବୋଲଗଡ଼: ବିଭିନ୍ନ ସ୍ଥାନରେ ଦୁଇଟି ଦୁର୍ଘଟଣା ଘଟିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ବଲାଙ୍ଗୀର -ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ଓଭରବ୍ରିଜ ନିକଟରେ ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଛିl ନୟାଗଡ଼ରୁ ସୁନାଖଳା ଆସୁଥିବା ଧାନ ବୋଝେଇ ଟ୍ରକ ପଛକୁ ଟାଟା ପିକଅପଧକ୍କା ଦେବା ଫଳରେ ଗାଡ଼ି ଚାଳକଙ୍କ ମୁତ୍ୟୁ ଘଟିଥିବା  ଜଣାଯାଇଛି। ତେଣେ ପୁଲିସ ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଖବର ପାଇ ବୋଲଗଡ଼ ଦମକଳ କେନ୍ଦ୍ର କର୍ମଚାରୀ ଓ୧୦୮ ଆମ୍ବୁଲାନ୍ସ  ଦୁର୍ଘଟଣା ସ୍ଥଳରେ ପହଞ୍ଚି ପିକଅପ ଭ୍ୟାନରେ ଚାପିହୋଇ ରହିଥିବା ଡ୍ରାଇଭର ଙ୍କୁ ଉଦ୍ଧାର କରି ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାର କୁହାଯାଉଛି l ତେବେ ଡ୍ରାଇଭରଙ୍କୁ ପିକଅପ ଭ୍ୟାନ ରୁ ଉଦ୍ଧାର ବେଳକୁ ହେଲ୍ପର ସେଠାରେ ନଥିବାର ଦେଖାଯାଇଥିଲା l ଘଟଣାଣାସ୍ଥଳରେ ବୋଲଗଡ଼ ଥାନା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିଦୁଇଟିକୁ ଜବତ କରିଛି। ଏଣେ ଭୁବନେଶ୍ବର ଉପକଣ୍ଠ ଗଙ୍ଗପଡା ଛକ ନିକଟରେ ଦୁର୍ଘଟଣା ଯୋଗୁଁ ୨ ଜଣଙ୍କ ପ୍ରାଣହାନି ଘଟିଛି । ପୁରୁଣା ଟୋଲ ଗେଟ୍ ନିକଟରେ ଟ୍ରକକୁ ପଛରୁ ଏକ କାର୍ ଧକ୍କା ଦେବା ଫଳରେ କାରରେ ଥିବା ୩ ଜଣ ଯାତ୍ରୀଙ୍କ ଭିତରୁ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା। ଆଉଜଣେ ଗୁରୁତର ଆହତ ହୋଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଆଖି ବୁଜିଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking