ଲକ୍ଷ୍ନୌ : ଲକ୍ଷ୍ନୌ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯିବା ସହ ୭ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ କିଶାନ ପାଥ ମାଟି ଗାଁ ନିକଟରେ ଏହି ଘଟଣା ଘଟିଥିଲା । ଇନୋଭା ଓ ମାରୁତି ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲାଯେ କାରଟି ଉଡି ଯାଇଥିଲା । ଉଭୟ ଇନୋଭା ଓ ମାରୁତି ଭ୍ୟାନ ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା । ବିବିଡି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଦେଢ ଘଣ୍ଟାର ପରିଶ୍ରମ ପରେ ଗୋମତୀ ନଗର, ଇନ୍ଦିରା ନଗର ଫାୟାର ଷ୍ଟେସନ କର୍ମଚାରୀ ଓ ପୋଲିସ ଟିମ ମିଶି କାରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ ।
ସମସ୍ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ୭ ଜଣଙ୍କୁ ଭର୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଗୁରୁତର ରହିଛି । ଏଡିସିପି ପୁର୍ବ ପଙ୍କଜ କୁମାର ସିଂ ସୂଚନା ଦେଇଥିଲେ ଇନୋଭା ଏବଂ ଭ୍ୟାନ କିଶାନ ରାସ୍ତା ଦେଇ କୁର୍ସି ରୋଡ ଆଡକୁ ଯାଇଥିଲା । ମାଟି ଗାଁ ନିକଟରେ ଇନୋଭା ଡ୍ରାଇଭର ଆଗକୁ ଯାଉଥିବା ଟ୍ରକକୁ ଅତିକ୍ରମ କରୁଥିଲା । ଏହି ସମୟରେ ପଛପଟୁ ଏକ ମାରୁତି ଭ୍ୟାନକୁ ଟ୍ରକ ଧକ୍କା ଦେଇଥିଲା । ଏହାପରେ ଉଭୟ ମାରୁତି ଓ ଇନୋଭା ଟ୍ରକ ଭିତରେ ଚାପି ହୋଇଯାଇଥିଲେ । ଘଟଣା ସ୍ଥଳରେ ବିବିଡି ପୋଲିସ ଷ୍ଟେସନର ଇନ୍ସପେକ୍ଟର ଅଜୟ ନାରାୟଣ ସିଂ ,ଏଫ ଏସ ଓ ଗୋମତି ନଗର ସୁଶାଲ କୁମାର ଯାଦବ ପହଞ୍ଚିଥିଲେ ।
ଏହି ଘଟଣାରେ ମା ଏବଂ ପୁଅକୁ ମିଶାଇ ୪ ଜଣଙ୍କ ମୃତ୍ୟୁ ହୋଇଛି ଏହାସହ ୭ ଜଣ ଆହତ ହୋଇଛନ୍ତି । ଅଭିଯୁକ୍ତ ଡ୍ରାଇଭର ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଚାରି ଜଣଙ୍କ ନାମ ପ୍ରକାଶ ପାଇଛି ମୁତକଙ୍କ ଭିତରେ ରହିଛନ୍ତି ଶେହଜାଦ (୪୦), କିରଣ ଯାଦବ (୩୮), କୁନ୍ଦନ (୨୦) ଏବଂ ହିମାଂଶୁ (୧୭) ଙ୍କ ନାମ ରହିଛି । ମୃତକଙ୍କ ମଧ୍ୟରୁ ତିନି ଜଣ ଏକ ଭ୍ୟାନରେ ଯାତ୍ରା କରୁଥିଲେ। ଜଣେ ଇନୋଭାରେ ଥିଲେ । ଅଭିଯୁକ୍ତ ଡ୍ରାଇଭର କୁ ଗିରଫ କରାଯାଇଛି । ଏହା ସହ ଏହି ଚାଳକଙ୍କ ବିରୁଦ୍ଧ ରେ ଏକ ମାମଲା ରୁଜୁ କରାଯାଇଛି ।