ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର କୁଣ୍ଡା – ଦାନକୋଟ ନିକଟରେ ଘଟିଛି ଅଘଟଣ । ଏକ ସ୍କୁଟି ୧୦୦ ମିଟର ଗଭୀର ଘାଟିରେ ଖସି ପଡ଼ିଛି । ଯାହା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ସ୍ଥାନୀୟ ବାସିନ୍ଦା ଥିଲେ ଏବଂ ସେମାନଙ୍କର ନାମ ଅଙ୍କିତ (୨୭), ଟିଟୁ (୨୩) ଏବଂ ସନ୍ଦୀପ (୨୭) ବୋଲି ଜଣାପଡିଛି । ତେବେ ଏହି ଦୁର୍ଘଟଣା ଚୋପଟା-ପୋଖରାଇ ମୋଟର ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଛି । ରୁଦ୍ରପ୍ରୟାଗ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ନନ୍ଦନ ସିଂହ ରାଜୱାର କହିଛନ୍ତି ଘଟଣା ବିଷୟରେ ସେ ଜାଣିବା ପରେ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀଙ୍କୁ ଜଣାଇଥିଲେ ।
ଏହାପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାତି ୧୧:୧୫ ସମୟରେ ସ୍କୁଟି ଟି ରାସ୍ତାରୁ ୧୦୦ ମିଟର ଗଭୀର ଖାତରେ ଖସି ପଡ଼ିଥିଲା ବୋଲି ସେମାନେ କହିଛନ୍ତି । ମୃତକଙ୍କ ମୃତ ଶରୀରକୁ ନାଳରୁ ବାହାର କରାଯାଇ ପୋଷ୍ଟମର୍ଟମ ପାଇଁ ଆମ୍ବୁଲାନ୍ସ ଯୋଗେ ରୁଦ୍ରପ୍ରୟାଗ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା । ତେବେ ସ୍କୁଟିଟି ଘାଟିରେ ପଡ଼ିଯିବାରୁ ତିନି ଜଣ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ଝଊଜୠ ଏବଂ ଊଊଜୠ କର୍ମଚାରୀମାନେ ଏକ ଷ୍ଟ୍ରେଚର ସାହାଯ୍ୟରେ ତିନି ଯୁବକଙ୍କ ମୃତଦେହକୁ ରାସ୍ତାକୁ ବୋହି ନେଇଥିଲେ । ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।










