25.1 C
Bhubaneswar
Tuesday, January 13, 2026
Homeଓଡିଶାକାର୍ ବାଇକ୍ ମୁହାଁମୁହିଁ : ୩ ମୃତ

କାର୍ ବାଇକ୍ ମୁହାଁମୁହିଁ : ୩ ମୃତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଓଡି ୧୨ ୭୩୭୪ ନମ୍ବର କାର୍ ଏବଂ ଓଡି ୧୯ ଏଚ ୪୨୯୫ ନମ୍ବର ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଘଟଣା ସ୍ଥଳରେ ୩ ଜଣ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ଆଇଆଇସି ବିଜୟ କୁମାର ସ୍ୱାଇଁ ସଦଳବଳେ ପହଁଞ୍ଚି ତଦନ୍ତ କରୁଛନ୍ତି। ଜଣେ ଯୁବକ ମୃତ ଅବସ୍ଥାରେ କାର୍ ତଳେ ଚାପି ହୋଇ ଥିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ବିଷୟରେ ଖବର ପାଇ ମୃତ ଯୁବକଙ୍କ ପରିବାର ଲୋକେ ପହଁଞ୍ଚିଛନ୍ତି। କାର୍ ଚାଳକ ଓ ଅନ୍ୟ ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିବା ପାଇଁ ଥାନାକୁ ନେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking