ଆଫ୍ରିକା : ଆଫ୍ରିକା ମହାଦ୍ୱୀପର ଦେଶ ଆଇଭରୀ କୋଷ୍ଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ପରିବହନ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କହିଛି ଯେ, ଏହି ମର୍ମନ୍ତୁଦ ଦୁର୍ଘଟଣା ରବିବାର ଦିନ ସୋବ୍ରେ ଏବଂ ଗଗନୋଆ ସହରକୁ ସଂଯୋଗ କରୁଥିବା ରାସ୍ତାରେ ଘଟିଛି । ମନ୍ତ୍ରଣାଳୟ ମୁତାବକ, ଦୁର୍ଘଟଣାର କାରଣ ଲଗାଇବା ପାଇଁ ଯାଞ୍ଚ ଚାଲିଛି । ତେବେ ଆଇଭରୀ କୋଷ୍ଟରେ ଗାଡି ଚଳାଇବା ବେଳେ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥାଏ । ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଗାଡି ଚାଳନା ସମୟରେ ଅଧିତ ସତର୍କ ରହିବାକୁ କୁହାଯାଇଛି । ଯାତାୟତ ନିୟମ ପାଳନ କରିବା, ବିଶେଷ ଭାବେ ଓଭରଟେକ ନ କରିବାକୁ କୁହାଯାଇଛି ।ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରୁ ଏହି ଉତ୍ତର ଆଇଭରୀ କୋଷ୍ଟରେ ଏକ ଟ୍ୟାଙ୍କର ଟ୍ରକ, ଏକ ବସକୁ ଧକ୍କା ଦେଇଥିଲା । ଏଥିରେ ୧୩ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୪୪ଜଣ ଆହତ ହୋଇଥିଲେ । ତେବେ ଏହି ଆଇଭରୀ କୋଷ୍ଟରେ ଅଧିକ ଦୁର୍ଘଟଣା ହୁଏ । ୩ କୋଟିରୁ ଅଧିକ ଲୋକେ ଏହି ଦେଶରେ ବସବାସ କରନ୍ତି, କିନ୍ତୁ ପ୍ରତି ବର୍ଷ ୧୦୦୦ ଜଣଙ୍କ ମୃତ୍ୟୁ ଏହି ଦୁର୍ଘଟଣା ଯୋଗୁଁ ଘଟିଥାଏ ।