27.1 C
Bhubaneswar
Friday, December 19, 2025
Homeଓଡିଶାବାପ ଓ ପୁଅଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଟ୍ରକ

ବାପ ଓ ପୁଅଙ୍କ ମୁଣ୍ଡ ଉପରେ ମାଡ଼ିଗଲା ଟ୍ରକ

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଜାତୀୟ ରାଜପଥ ୪୯ ଦୁଆରଶୁଣି ଘାଟି ମରଣଯନ୍ତା ପାଲଟିଛି। ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଅକାରଣରେ ବହୁ ଜୀବନ ଚାଲି ଯାଉଛି । ସୋମବାର ସନ୍ଧ୍ୟା ସମୟରେ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାପ ଓ ପୁଅଙ୍କ ମୁଣ୍ଡ ଉପରେ ମାଡ଼ି ଯାଇଛି ଅଜଣା ଟ୍ରକ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ଘଟଣାରୁ ଜଣାଯାଏ ବହଳଦା ଥାନା ଖେଜୁରିତାଣ୍ଡି ସୋସୋ ଗ୍ରାମର ଏମଡି ଲୁକେମାନ ଓ ପୁଅ ଏସକେ ସାହିଲ ନିଜ ବୁଲେଟ ମୋଟର ସାଇକେଲ ନଂ ଓଡି୧୧ପି ୬୨୩୨ ଯୋଗେ ବାରିପଦା ଆସୁଥିଲେ। ବାରିପଦାରୁ ପରିବାର ଲୋକେ ଆସି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି। ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଟ୍ରକଟି କେଉଁ ପଟେ ଯାଇଛି ଜଣାପଡ଼ିନାହିଁ। ବିଶୋଇ, ଝାରପୋଖରିଆ ଓ ବାଙ୍ଗିରିପୋଷି ପୁଲିସ ଟ୍ରକଟିକୁ ଖୋଜୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking