ରାୟଗଡ଼ା : ରାୟଗଡ଼ାରେ ଦୁଇଟି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା କୋରାପୁଟ ଛକରୁ ନୂଆ ସାହି ଯିବା ରାସ୍ତାରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ସାନ ଚାନ୍ଦିଲିର କେ.ଭେଙ୍କେଟ(୫୩) ବୋଲି ଜଣାପଡିଛି। ଗତକାଲି ସେ କୈାଣସି କାମରେ ରାୟଗଡ଼ା ଆସିଥିଲେ । ଫେରିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ବାଇକ୍ ଦୁର୍ଘଟଣା ହେବାରୁ ସେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାୟଗଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ସଂପର୍କରେ ଖବର ପାଇ ରାୟଗଡ଼ା ପୁଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ ସହିତ ଆଜି ବ୍ୟବଛେଦ କରିବା ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରିଛି। ଏ ନେଇ ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି।