25.1 C
Bhubaneswar
Sunday, February 22, 2026
Homeଓଡିଶାସ୍ୱାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କୁକୁଡ଼ା ବୋଝେଇ ଭ୍ୟାନ୍‌

ସ୍ୱାମୀ-ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କୁକୁଡ଼ା ବୋଝେଇ ଭ୍ୟାନ୍‌

କରଂଜିଆ: କୌଣସି କାମରେ ବାଇକ୍‌ରେ ଯାଇଥିବା ଦଂପତିଙ୍କ ଉ‌ପରେ କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଚଢ଼ିଯାଇଛି। ଜଙ୍ଗଲ ମଝିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ପିକ୍‌ଅପ୍‌ର ଡ୍ରାଇଭର ମାନବିକତା ନଦେଖାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ପରେ ସେହି ରାସ୍ତାରେ ଯାଉଥିବା ଲୋକେ ପୁଲିସକୁ ସୂଚନା ଦେଲା ପରେ ଦଂପତିଙ୍କୁ ଉଦ୍ଧାର କରାଯାଇଛି। ତେବେ ଏହା ପୂର୍ବରୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ସ୍ବାମୀ ଡାକ୍ତରଖାନାରେ ପ୍ରାଣ ହାରିଥିଲେ। ମୟୂରଭଂଜ ଜିଲ୍ଲା କରଂଜିଆ ଅଞ୍ଚଳରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଦଂପତି ହେଲେ ମନୋଜ ପୂର୍ତ୍ତି ଓ କୁନି ମୁଦୁୟା। ଚିରୁପଦା ଗ୍ରାମର ମନୋଜ ପୂର୍ତ୍ତି ଏବଂ ତାଙ୍କ ସ୍ତ୍ରୀ କୁନି ମୁଦୁୟା ଏକ ବାଇକ ଯୋଗେ କରଞ୍ଜିଆ ଆସୁଥିଲେ। କରଂଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର କେନ୍ଦୁମୁଣ୍ଡି ଜଙ୍ଗଲରେ ଦଂପତି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବିପରୀତ ଦିଗରୁ ଆସୁଥିବା କୁକୁଡ଼ା ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା‌ ଦେଇଥିଲେ। ଫଳରେ ସ୍ବାମୀ ସ୍ତ୍ରୀ ତଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ କୁନିଙ୍କର ମୃତ୍ୟୁ ‌ହୋଇଥିଲା। ତେବେ ଦୁର୍ଘଟଣା ପରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଫେରାର ହୋଇଯାଇଥିଲା। ‌ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମନୋଜଙକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେତାଙ୍କର ଚିକିତ୍ସା ଚାଲିଥିବା ଅବସ୍ଥାରେ ମୃତ୍ୟୁ ହୋଇଛି। ପୁଲିସ ମୃତଦେହ ଜବତ କରି ଏକ ମାମଲା ରୁଜୁ କରିଛି। ଏଥି ସହିତ ଘଟଣାର ଅଧିକ ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking