23.1 C
Bhubaneswar
Monday, February 9, 2026
Homeଓଡିଶାଦୁର୍ଘଟଣାରେ ୨ ମୃତ

ଦୁର୍ଘଟଣାରେ ୨ ମୃତ

ପାଟଣାଗଡ଼: ୨ ଜଣଙ୍କ ମୃତ୍ୟୁ ହୋଇଛି । ଭାରସାମ୍ୟ ହରାଇ ଗଛରେ ପିଟିହେଲା ପିକଅପ ଭ୍ୟାନ। ପଦ୍ମପୁର ରାସ୍ତା ପଢେଲ ଗାଁ ନିକଟରେ ଦୁର୍ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼-ପଦ୍ମପୁର ରାସ୍ତାରେ ଦ୍ରୁତ ଗତିରେ ଆସୁଥିବା ବେଳେ ପାଢେଲ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିକ୍ଅପ ଭ୍ୟାନ୍‌ଟି ପିଟି ହୋଇ ଯାଇଥିଲା। ଫଳରେ ଗାଡି ଚାଳକଙ୍କ ସମେତ ଅନ୍ୟ ଜଣକର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଜଣଙ୍କର ମୃତଦେହ ପାଟଣାଗଡ଼ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ଅନ୍ୟ ଜଣେ ମୃତକ ଗଛ ମଝିରେ ଫସି ରହିଥିବା ଜଣାପଡିଛି। ଘଟଣା ସ୍ଥଳରେ ପାଟଣାଗଡ଼ ପୁଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ମୃତକମାନେ ହେଲେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ବ୍ରାହ୍ମଣିଜୋର ଗ୍ରାମର ନିତ୍ୟାନନ୍ଦ ବାଗ ଓ ସିଂହା ମୁଣ୍ଡା ଗ୍ରାମର ଜଲ ସାହୁ। ପୁଲିସ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking