25.1 C
Bhubaneswar
Monday, February 23, 2026
Homeଓଡିଶାଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରୁ ଆସିଛି ଏକ ଦୁଖଃଦ ଖବର। ଚାଷ କାମ ପାଇଁ ନିଜ ବିଲକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ଦମ୍ପତିଙ୍କ ମୃତ୍ୟୁ ହେବା ସହ ଏକ ବଳଦର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ପତ୍ରାପାଳି (ଖ ) ଗାଁରେ। ଗାଁର ଗମ୍ଭୀର ରଣା ଏବଂ ତାଙ୍କ ସ୍ତ୍ରୀ ନିଜ ବିଲକୁ ଧାନ ବୁଣିବାକୁ ଯାଉଥିବା ବେଳେ ଉଭୟଙ୍କୁ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଗାଡ଼ି ଏତେ ଜୋର ଧକ୍କା ଦେଇଥିଲା ଯେ ଘଟଣା ସ୍ଥଳରେ ଦମ୍ପତିଙ୍କ ସହ ଏକ ବଳଦର ମୃତ୍ୟୁ ହୋଇଥିଲା। ଏଣେ ଗାଁ ଲୋକ କ୍ଷତିପୂରଣ ଦାବୀ କରି ହଳଦୀ -ବଙ୍ଗୋମୁଣ୍ଡା ଜାତୀୟ ରାଜପଥ ୫୯ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking