31.1 C
Bhubaneswar
Tuesday, March 17, 2026
Homeଓଡିଶାଡକରିଘାଟିରେ ଓଲଟିଲା ବସ: ୨ ମୃତ, ୩୦ ଆହତ

ଡକରିଘାଟିରେ ଓଲଟିଲା ବସ: ୨ ମୃତ, ୩୦ ଆହତ

କୋରାପୁଟ: କୋରାପୁଟ ଜିଲା ବୈପାରୀଗୁଡ଼ାର ଗୁପ୍ତେଶ୍ଵର ପୀଠ ନିକଟ ଡକରିଘାଟିରେ ବସ ଓଲଟି ୨ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ ପର୍ଯ୍ୟଟକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ଚିକିତ୍ସା ପାଇଁ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଏବଂ ଆହତମାନେ କଟକ ଜିଲା ନିଆଳି ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ। ସୂଚନା ଅନୁସାରେ, ନିଆଳି ଅଞ୍ଚଳରୁ କିଛି ଲୋକ ବସ ଯୋଗେ ବୈପାରୀଗୁଡ଼ାର ପସିଦ୍ଧ ଗୁପ୍ତେଶ୍ଵର ପୀଠ ଦର୍ଶନ ଲାଗି ଯାଇଥିଲେ। ଡକରିଘାଟିରେ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ବସରୁ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking