16.1 C
Bhubaneswar
Tuesday, December 9, 2025
Homeଦେଶ ବିଦେଶଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ବାଇକ ଆରୋହୀ ଉପରକୁ ଚଢ଼ିଗଲା ଟ୍ରକ

ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ବାଇକ ଆରୋହୀ ଉପରକୁ ଚଢ଼ିଗଲା ଟ୍ରକ

ଆସିକା: ବାଇକ ଆରୋହୀ ଉପରକୁ ଚଢ଼ିଗଲା ଟ୍ରକ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଆସିକା କୋଟିନଡ଼ା ଥାନା କଲେଜ୍ ଛକ ଡିସ୍କଲ ସ୍କୁଲ ନିକଟରେ । ତେବେ ଟ୍ରକ୍ ଧକ୍କାରେ ବାଇକ୍ ଆରୋହୀ ଜଣଙ୍କର ମୃତ୍ୟୁ ହୋଇଛି ଜ୍ଝ ମୃତକ ବାଇକ ଆରୋହୀ ଜଣଙ୍କ ହେଉଛନ୍ତି କେ, ନଚ୍ଛମନ ପଲ୍ଲୀର ପ୍ରଶାନ୍ତ କୁମାର ସ୍ୱାଇଁ । ତାଙ୍କୁ ମାତ୍ର ୨୩ବର୍ଷ । ସେ ବ୍ରହ୍ମପୁରରୁ ବାଇକ ଯୋଗେ ଘରକକୁ ଫେରୁଥିଲା ବେଳେ ଡିପ୍ଲଲ ସ୍କୁଲ ନିକଟରେ ଥିବା ରୋଡ ସେପ୍ଟି ବ୍ୟାରିକେଟକୁ ଧକା ଦେଇ ରୋଡ ଉପରେ ପଡ଼ିଯାଇଥିଲେ ଓ ସେ ସମୟରେ ଖଡକପୁରରୁ ଆସିକା ଅଭିମୁଖେ ଆସୁଥିବା ଗୋଟେ ଟ୍ରକ ତାଙ୍କ ଉପରେ ମାଡି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ କୋଟିନଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking