27.1 C
Bhubaneswar
Saturday, December 28, 2024
Homeଅପରାଧଟ୍ରକ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ଅକାଳରେ ଚାଲିଗଲା ବସ ଡ୍ରାଇଭରଙ୍କ ସହ ୩...

ଟ୍ରକ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ, ଅକାଳରେ ଚାଲିଗଲା ବସ ଡ୍ରାଇଭରଙ୍କ ସହ ୩ ଜୀବନ

ବେତନଟୀ ସଦର:ପୁଣି ଘଟିଲା ଭୟଙ୍କର ଦୁର୍ଘଟଣା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ୧୮ ନମ୍ବର ଜାତୀୟ ରାଜପଥର ବୁଢ଼ୀଖମାରୀ ଛକ ନିକଟରେ ଏକ ଭୟଙ୍କର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଟ୍ରକ ପଛରେ ପିଟିଲା ଯାତ୍ରୀବାହୀ ବସ। ଫଳରେ ବସ୍‌ ଡ୍ରାଇଭରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସଡକ ଦୁର୍ଘଟଣା ଶନିବାର ଭୋର ୫ଟା ସମୟରେ ଘଟିଛି । ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କୁ ନେଇ ହାଇଦ୍ରାବାଦରୁ ବାହାରି ଥିବା ଏକ ଘରୋଇ ବସ ଗୟା ଅଭିମୁଖେ ଯାଉଥିବାବେଳେ ବୁଢ଼ୀଖମାରୀ ଛକ ନିକଟରେ ରାସ୍ତା ପାର୍ଶ୍ୱରେ ବେଆଇନ ଭାବେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟକୁ ଧକ୍କା ଦେଇଥିଲା ଯାହାଫଳରେ । ବସର ସମ୍ମୁଖ ଭାଗ ସମ୍ପୂର୍ଣ ଭାଙ୍ଗିରୁଜି ଯାଇ ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଫଳରେ ବସର ସମ୍ମୁଖ ଭାଗରେ ଥିବା ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇ ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ସାହାଯ୍ୟରେ ସେମାନଙ୍କୁ ନେଇ ବାରିପଦା ଡାକ୍ତରଖାନା ପହଞ୍ଚାଇଥିଲେ। ସେଥିମଧ୍ୟରୁ ଗୁରୁତର ଆହତଙ୍କର ମୃତ୍ୟୁ ହୋଇଯାଇଥିବାର ସୂଚନା ମିଳିଛି। ଏପଟେ ଖବର ପାଇ ବେତନଟୀ ପୁଲିସ ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଚଳାଇବା ସହ ଗୁରୁତରମାନଙ୍କୁ ଉଦ୍ଧାର କରି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking