27.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶବସ୍‌ ଓ ପିକ୍‌ଅପ୍ ଭ୍ୟାନ୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ବସ୍‌ ଓ ପିକ୍‌ଅପ୍ ଭ୍ୟାନ୍‌ ମୁହାଁମୁହିଁ ଧକ୍କା, ୧୦ ମୃତ

ଲକ୍ଷ୍ନୌ: ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ରେ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଚାଲିଗଲା ୧୦ ଜଣଙ୍କ ଜୀବନ। ସେହିପରି ୩୦ରୁ ଅଧିକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଘଟିଛି ଏଭଳି କିଛି ଭୟଙ୍କର ସଡ଼କ ଦୁର୍ଘଟଣା।

ସୂଚନା ମୁତାବକ, ଉତ୍ତରପ୍ରଦେଶର ସଲେମପୁର ଥାନା ଅଞ୍ଚଳରେ ଏକ ଘରୋଇ ବସ୍‌ ଓ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗାଁ ଲୋକଙ୍କ ସହାୟତାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ କ୍ରୋଧିତ ଲୋକମାନେ ରାସ୍ତାରେ ଚକା ଜାମ୍‌ କରିଛନ୍ତି। ରାଜପଥରେ ଯାନବାହନ ଚଳାଚଳ ବନ୍ଦ ରହିଛି। ପୁଲିସ କହିବା ମୁତାବକ, ଗାଜିଆବାଦର ଏକ କମ୍ପାନୀରୁ ମ୍ୟାକ୍ସ ପିକ୍‌ଅପ୍‌ ଭ୍ୟାନ୍‌ରେ ୨୦ରୁ ୨୨ ଲୋକେ ବସି ରାକ୍ଷୀ ପୂର୍ଣ୍ଣିମା ପାଳନ କରିବା ପାଇଁ ଆଲିଗଡ ଯାଉଥିଲେ। ଏତିକି ବେଳେ ଶିକରାପୁରରୁ ଏକ ଘରୋଇ ବସ୍‌ ଦ୍ରୁତ ଗତିରେ ଆସି ସାମ୍ନା ପଟୁ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ପିକ୍‌ଅପ୍‌ ଭ୍ୟାନ୍‌ଟି ଚାଷ ଜମିକୁ ଓଲଟି ପଡିଥିଲା।

ଏଥିରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ବସ୍‌ରେ ଥିବା କିଛି ଯାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ପୁଲିସ ଘଟଣାରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁରୁତର ଥିବା ୩୭ ଜଣଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ସେପଟେ ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଫେରାର ଥିବା ଜଣାପଡିଛି। ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking