26.1 C
Bhubaneswar
Saturday, March 21, 2026
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମ ; ପ୍ରତିବାଦ କରିବାରୁ ୫ ମହଲା ଛାତରୁ ଠେଲିଦେଲେ ଅଭିଯୁକ୍ତ

ନାବାଳିକାଙ୍କୁ ଦୁଷ୍କର୍ମ ; ପ୍ରତିବାଦ କରିବାରୁ ୫ ମହଲା ଛାତରୁ ଠେଲିଦେଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ଦ୍ୱାରକା ନର୍ଥ ଅଞ୍ଚଳରେ ଘଟିଛି ସାଙ୍ଘାତିକ ଘଟଣା । ଗଣଦୁଷ୍କର୍ମର ଶିକାର ପୀଡ଼ିତା ନାବାଳିକା ପୁଣି ହେଲେ ଦୁଷ୍କର୍ମର ଶିକାର । ବନ୍ଧୁକ ମୁନରେ ଏକ ପାଞ୍ଚ ମହଲା ଘର ଛାତ ଉପରେ ତାଙ୍କୁ ଦୁଷ୍କର୍ମ କଲେ ଅଭିଯୁକ୍ତ। ମାତ୍ର ପୀଡ଼ିତାଜଣକ ପ୍ରତିବାଦ କରିବାରୁ ସେ ତାଙ୍କୁ ପାଞ୍ଚ ମହଲାରୁ ତଳକୁ ଠେଲିଦେଲେ। ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ୧୬ ବର୍ଷୀୟା ପୀଡ଼ିତା ନାବାଳିକା ପୁଲିସ୍‌କୁ ଦେଇଥିବା ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ତାଙ୍କ ସହ ଗଣବଳାତ୍କାର ହୋଇଥିଲା। ଏହି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଜେଲ୍‌ରୁ ବାହାରିବା ପରେ ବୟାନ ବଦଳାଇବାକୁ ତାଙ୍କ ଉପରେ ଚାପ ପ୍ରୟୋଗ କରୁଥିଲେ।ପୀଡ଼ିତାଙ୍କ କହିବାନୁଯାୟୀ, ଘଟଣା ଦିନ ବାପା ଘରେ ନ ଥିବା ବେଳେ ମା’ ଅନ୍ୟ ପିଲାଙ୍କ ସହ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ସେଠାରେ ପହଞ୍ଚିଥିଲେ ଓ ବନ୍ଧୁକ ଦେଖାଇ ତାଙ୍କୁ ନିକଟସ୍ଥ ୫ ମହଲା କୋଠାର ଛାତକୁ ନେଇ ଯାଇଥିଲେ। ସେଠାରେ ସେ ଜୋରଜବରଦସ୍ତି ଭାବେ ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ନାବାଳିକାଜଣକ ଏହାର ପ୍ରତିବାଦ କରି ଚିତ୍କାର କରିବାରୁ ଅଭିଯୁକ୍ତ ତାଙ୍କୁ ୫ ମହଲା କୋଠାରୁ ତଳକୁ ଫୋପାଡ଼ି ଦେଇ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ଏହି ଘଟଣାର ଯାଞ୍ଚ ଆରମ୍ଭ କରି ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିବା ବେଳେ ସେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁହାରି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking