ବିଷମକଟକ: କାଳ ବୈଶାଖୀର ତାଣ୍ଡବରେ ଉଜୁଡି ଯାଇଛି ପ୍ରାୟ 25 ପରିବାର । ଘଟଣା ଦେଖିବାକୁ ମିଳିଛି ବିଷମକଟକ ବ୍ଲକ ର ପାଇକ ଡାକୁଲୁ ଗୁଡାର ହରିଜନ ସାହିରେ । ଗରିବଙ୍କ ସାଧାରଣ ଜୀବନକୁ ବେଶ ପ୍ରଭାବିତ କରିଛି କାଳ ବୈଶାଖିର ତାଣ୍ଡବ । ଡାକୁଲୁ ଗୁଡା ଗ୍ରାମ ପଂଚାୟତ ରେ ପ୍ରାୟ 100 ରୁ ଉର୍ଦ୍ଧ ହରିଜନ ପରିବାର ବାସ କରୁଥିବା ବେଳେ, କାଳ ବୈଶାଖିର ତାଣ୍ଡବରେ ଗରିବଙ୍କ ମୁଣ୍ଡରେ ଚଡକ ପଡିଛି । ନିଜ ନିଜ ଘରେ ରଖିଥିବା ଚାଉଳ, ଧାନ ମାଣ୍ଡିଆ ଖାଦ୍ୟ ଶସ୍ୟ ସମେତ ଅନେକ ଆସବାବ ପତ୍ର ର କ୍ଷତି ସହ ପିଲାଙ୍କ ପଢା ବହି ଖାତା ମଧ୍ୟ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପ୍ରାୟ 10ଟି ଘର ର କାନ୍ଥ ଭାଙ୍ଗି ଅଳ୍ପକେ ବର୍ତ୍ତୀଛନ୍ତି ଲୋକେ । ତା ସହିତ ଅଧିକାଂଶ ଲୋକଙ୍କ ଘରୁ ଆଜବେଷ୍ଟ ଉଡେଇ ନେଇଛି। ବର୍ତମାନ ପ୍ରାୟ ପଚିସରୁ ଉର୍ଦ୍ଧ ପରିବାର ନାଇଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ଏସଂକ୍ରାନ୍ତରେ ଆମ ପ୍ରତିନିଧି ସ୍ଥାନୀୟ ତହସିଲଦାର ଙ୍କ ସହ ଓ ସରପଞ୍ଚ ଙ୍କ ସହ ଯୋଗାଯୋଗ କରିଥିବା ବେଳେ ପ୍ରତିକ୍ରିୟା ରେ ସ୍ଥାନୀୟ R. I ଙ୍କ ଜରିଆରେ ତଦନ୍ତ କରି ରିପୋର୍ଟ ଆସିବା ପରେ ଆକଳନ କରି ସୁବିଧା ସୁଯୋଗ ଦିଆଯିବ ବୋଲି ଜଣା ପଡିଛି ।