31.1 C
Bhubaneswar
Wednesday, March 25, 2026
Homeଓଡିଶାଅବକାରୀ ଚଢଉ: ୭ଲକ୍ଷ ଟଙ୍କାର ମଦ ଓ ପୋଚ ଜବତ

ଅବକାରୀ ଚଢଉ: ୭ଲକ୍ଷ ଟଙ୍କାର ମଦ ଓ ପୋଚ ଜବତ

କଟକ: ଖୁଣ୍ଟୁଣୀ ଅଞ୍ଚଳର ଘଞ୍ଚ ଜଙ୍ଗଲରେ ଜିଲ୍ଲା ଅବକାରୀ ବିଭାଗ ଏକାଧିକ ମଦ ଭାଟିରେ ଚଢ଼ଉ କରିଛି। ଚଢ଼ଉ ବେଳେ ମୋଟ ୭ ଲକ୍ଷ ୧୧ ହଜାର ୪୫୦ ଟଙ୍କାର ମଦ ଓ ପୋଚ ଜବତ ହୋଇଛି। ପ୍ରାୟ ୫ ଫୁଟ୍ ଗଭୀର ଗାତ ଭିତରେ ୨୯୯ଟି ପ୍ଲାଷ୍ଟିକ୍ ଜାର୍ ଠାବ ହୋଇଛି। ୩୩ଟି ଜାଣ୍‌ର ମଦ ଓ ୨୬୬ଟି ଜାର୍‌ରେ ପୋଚ ଥିଲା। ଚଢ଼ଉ ବେଳେ ସମସ୍ତ ମଦ ମାଫିଆ ଫେରାର୍ ହୋଇଯାଇଛନ୍ତି। କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ କରୁଣା ଶଙ୍କର ତିୱାରିଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ନିମାଇଁ ଚରଣ ସିଂହଙ୍କ ନେତୃତ୍ୱରେ ଖୁଣ୍ଟୁଣୀ ଅଞ୍ଚଳରେ ଆଜି ଚଢ଼ଉ କରାଯାଇଥିଲା। ଖଣ୍ଡୁଆଳି, ଡାଳୁଅ, ସରସ୍ୱତୀପୁର ଗାଁ ନିକଟସ୍ଥ ଜଙ୍ଗଲରେ ଖୁଣ୍ଟୁଣୀ ପୁଲିସ ସହିତ ଅବକାରୀ ବିଭାଗର ଏକ ଟିମ୍ ମିଳିତ ଭାବେ ଚଢ଼ଉ କରିଥିଲା। ଉକ୍ତ ଚଢ଼ଉରେ ମୋଟ ୧ ହଜାର ୧୫୫ ଲିଟର୍ ଦେଶୀ ମଦ ସହିତ ୯ ହଜାର ୩୧୦ ଲିଟର୍ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ଗୁଡ଼ ପୋଚ ଜବତ କରାଯାଇ ଜଙ୍ଗଲରେ ନଷ୍ଟ କରାଯାଇଛି। କିନ୍ତୁ ଘଟଣାସ୍ଥଳରୁ ଡାଳୁଆ ଅଞ୍ଚଳର ନିଶା ମାଫିଆମାନେ ଫେରାର ହୋଇଯାଇଥିଲେ। ଏନେଇ ୩ଟି ମାମଲା ରୁଜୁ ହୋଇଛି। ଚଢ଼ଉରେ ଆଠଗଡ଼ ଅବକାରୀ ଉପ ଅଧୀକ୍ଷକ ନିମାଇଁ ଚରଣ ସିଂହ, ଆଠଗଡ଼ ଅବକାରୀ ନିରୀକ୍ଷକ ହେମନ୍ତ ମହାନନ୍ଦିଆ, ଖୁଣ୍ଟୁଣୀ ଥାନା ଏସ୍‌ଆଇ ବିକାଶ ସେଠୀ, ଆଠଗଡ଼ ଉପ ନିରୀକ୍ଷକ ଅରୁଣ ଭୋଇ ଅବକାରୀ, କଟକ ୨ ଅବକାରୀ ଉପ ନିରୀକ୍ଷକ ତରୁଣ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking