24.1 C
Bhubaneswar
Monday, March 23, 2026
Homeଓଡିଶାନିଶା ମୁକ୍ତ ଭାରତ ଉଦ୍ଦେଶ୍ୟରେ ଅନୁଷ୍ଠିତ ମାରାଥନରେ ଯୋଗ ଦେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଅଭିଳାଷ...

ନିଶା ମୁକ୍ତ ଭାରତ ଉଦ୍ଦେଶ୍ୟରେ ଅନୁଷ୍ଠିତ ମାରାଥନରେ ଯୋଗ ଦେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ଅଭିଳାଷ ପଣ୍ଡା

ଭୁବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଦେଶର ଯୁବବର୍ଗର ଉନ୍ନତି ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଯୁବକମାନଙ୍କ ଦକ୍ଷତା ବୃଦ୍ଧି ସହ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ତାଙ୍କ ପ୍ରୟାସ ଯୋଗୁ ସାରା ବିଶ୍ୱରେ ଭାରତର ଯୁବବର୍ଗ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସମସ୍ତେ ମୋଦିଜୀଙ୍କ ଭଳି ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ମୋଦିଜୀଙ୍କ ଜନ୍ମଦିନକୁ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ସେବା ପକ୍ଷ ଭାବେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୧ରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ “ନମୋ ଯୁବ ମାରାଥନ” ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଯୁବବର୍ଗଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆଜିର ଡିଜିଟାଲ ଯୁଗରେ ସାମାଜିକ ଗଣମାଧ୍ୟମ ସହିତ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ପ୍ରମୁଖ ଭୁମିକା ରହିଛି । “ନମୋ ଯୁବା ମାରାଥନ”ର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଯୁବମୋର୍ଚ୍ଚା ପକ୍ଷରୁ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବା ସହିତ ନମୋ ଯୁବ ମାରାଥନର ପୋଷ୍ଟର ଉନ୍ମୋଚନ ହୋଇଯାଇଛି ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ସୁଚନା ଦେଇଛନ୍ତି । ଏହି ବୈଠକରେ ଯୋଗ ଦେଇ ଦିଗପହଣ୍ଡି ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ, ଯୁବ ମାରାଥନ ଜରିଆରେ ନିଶା ମୁକ୍ତ ଭାରତର ବାର୍ତା ଦିଆଯିବ । ଏଥିରେ ଦଶ ହଜାରରୁ ଉର୍ଦ୍ଧ୍ୱ ଯୁବବର୍ଗ ସାମିଲ ହେବେ । ମା’ ମାତୃଭୂମି ପାଇଁ ଅଧିକରୁ ଅଧିକ ସଂଖ୍ୟାରେ ଯୁବକ ଯୁବତୀ ଏହି ମାରାଥନ ସାମିଲ ହେବା ପାଇଁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି । ଏହି ଅବସରରେ ହାସ୍ୟ ଅଭିନେତା ଶ୍ରୀ ହରିହର ମହାପାତ୍ର, ଅଭିନେତ୍ରୀ ଅଙ୍କିତା ଦାଶ, ପ୍ରଶାନ୍ତ ନାୟକ, ପ୍ରକାଶ ସାହୁ, ଅମିତ କୁମାର ସିଂ, ସୁବ୍ରତ ବିଶ୍ୱାଳଙ୍କ ସମେତ ଶତାଧିକ ଇନଫ୍ଲୁଏନ୍ସର ଯୋଗ ଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking