27.1 C
Bhubaneswar
Sunday, February 22, 2026
Homeଓଡିଶାପରଲୋକରେ ଅଭିଜିତ୍‌ ମଜୁମଦାର

ପରଲୋକରେ ଅଭିଜିତ୍‌ ମଜୁମଦାର

ଭୁବନେଶ୍ବର:  ପରଲୋକରେ ଅଭିଜିତ୍‌ ମଜୁମଦାର । କଣ୍ଠଶିଳ୍ପୀ ଅଭିଜିତ୍‌ଙ୍କ ଦେହାନ୍ତ ହୋଇଛି । ଭୁବନଶ୍ବେର ଏମସ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ ଲିଭର ଜନିତ ରୋଗରେ ପୀଡିତ ହୋଇଥିଲେ । ଗତକାଲିଠୁ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଭିଜିତ୍‌ଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବର ୪ରେ ସଙ୍କଟାପନ୍ନ ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେ ଅକ୍ଟୋବର ୨୩ ତାତିଖରୁ ଆଇସିୟୁରୁ ବାହାରି ଜେନେରାଲ ମେଡିସିନ ୱାର୍ଡରେ ଚିକିତ୍ସିତ ହେଉଥିଲେ । ଫୁସଫୁସ ସଂକ୍ରମଣରେ ଗୁରୁତର ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଏକାଧିକ ରୋଗରେ ମଧ୍ୟ ସଂକ୍ରମଣ ହୋଇଥିଲେ । ସେ କୋମାରେ ରହି ଧିରେ ଧିରେ ସୁସ୍ଥ ହେଉଥିଲେ । ହସ୍ପିଟାଲରୁ ସୁସ୍ଥ ହୋଇ ସେ ଘରକୁ ଫେରିଥିଲେ । ଗତ କାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ତେବେ ସେ ଶୀଘ୍ର ସୁସ୍ଥ ହୋଇ ଫେରନ୍ତୁ ବୋଲି ଓଡ଼ିଶାବାସୀ ଅପେକ୍ଷା କରିଥିଲେ । କିନ୍ତୁ ଆଉ ଫେରିଲେନି ଦାଦା । ଅପେକ୍ଷା ଅପେକ୍ଷାରେ ରହିଗଲା । ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ । ଓଡ଼ିଶାର ସଙ୍ଗୀତ ଦୁନିଆକୁ ଭେଟି ଦେଇଥିଲେ ଅନେ ଭେରାଇଟର ସଙ୍ଗୀତ । ଅପୁରଣୀୟ କ୍ଷତି ଫିଲ୍ମ ଜଗତ ଏବଂ ସଙ୍ଗୀତ ଦୁନିଆକୁ । ଅଭିଜିତ୍‌ଙ୍କ ଦେହାନ୍ତରେ କାନ୍ଦୁଛି ସଙ୍ଗୀତ ଜଗତ, କାନ୍ଦୁଛନ୍ତି ଓଡ଼ିଶା ବାସୀ, ବନ୍ଧୁ ପରିଜନ ।

ସୂଚନା ଅନୁଯାୟୀ, ୧୯୭୧ମସିହା ୧୧ ସେପ୍ଟେମ୍ବରରେ ଜନ୍ମ ଗ୍ରହଣ କରିଥିବା ଅଭିଜିତ ମଜୁମଦାର ଜଣେ ଓଡ଼ିଆ କଥାଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ ଥିଲେ । ସେ ୨୦୦୦ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ଆରମ୍ଭ କରିଥିଲେ । ସେ ଓଡ଼ିଆ କଥାଚିତ୍ର ସମେତ ଓଡ଼ିଆ ଆଧୁନିକ ଆଲବମ୍‌, ଭଜନ, ସମ୍ବଲପୁରୀ ଆଲବମ୍‌, ଓଡ଼ିଆ ଧାରାବାହିକ ଆଦିରେ ସୁପରହିଟ୍‌ ସଙ୍ଗୀତ ସବୁ ଭେଟି ଦେଇଛନ୍ତି ଓଡ଼ିଆ ଦର୍ଶକଙ୍କୁ । ବର୍ତ୍ତମାନ ଯାଏଁ ୫୦ ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହା ସହିତ ସେ ଏକାଧିକ ଫିଲ୍ମରେ ଗୀତ ବି ଗାଇଛନ୍ତି । ସେ କ୍ୟାସେଟ୍ ରେ ସଙ୍ଗୀତ ଦେଇ ଓଡ଼ିଆ ସଙ୍ଗୀତଜଗତରେ ପ୍ରବେଶ କରିଥିଲେ। ହେଲେ ୨୦୦୦ ମସିହାରେ ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ‘କାଶିଆ କପିଳା’ ସିନେମା ଜରିଆରେ ନିଜର ସିନେ ସଂଗୀତ ଯାତ୍ରା ଆରମ୍ଭ କରିଥିଲେ ଅଭିଜିତ୍‌। ସେ ପ୍ରାୟ ୬୦ରୁ ଅଧିକ ସିନେମାରେ ସଂଗୀତ ଦେଇଥିବା ବେଳେ ୧୦୦ ଊର୍ଧ୍ବ ଆଲବମ୍‌ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଲୋକପ୍ରିୟ ଗୀତଗୁଡ଼ିକ ମଧ୍ୟରେ ରହିଛି ‘ମାଧବ ହେ ମାଧବ’, ‘ଟ୍ବିଙ୍କଲ୍‌ ଟ୍ବିଙ୍କ୍‌ଲ ଲିଟିଲ୍‌ ଷ୍ଟାର୍‌’, ‘ନାଚିବ ଗବର ସିଂହ’, ‘ବାଳୁଙ୍ଗା ଟୋକା’, ‘ସଜନୀ ସଜନୀ’, ‘ଆମେ ତ ଟୋକା ଷଣ୍ଡ ମାର୍କା’। ତାଙ୍କର ଅନେକ ଆଇଟମ୍‌ ଗୀତ ରହିଛି; ଯାହା ସଂଗୀତପ୍ରେମୀଙ୍କ ମୁହଁରେ ରହିଛି। ‘ତୋର କଞ୍ଚା ହଳଦୀ ଦେହଟା ଗୋରୀ ଲୋ’ ଗୀତରେ ସେ ନିଜେ କଣ୍ଠଦାନ ମଧ୍ୟ କରିଛନ୍ତି। ଅଭିଜିତ୍‌ଙ୍କ ‘ରାତିି ସାରା ବାର୍‌ ଲାଇଟ୍‌ ଦୁକୁ ଦୁକ’ ଗୀତ ତାଙ୍କୁ ଖୁବ୍ ଲୋକପ୍ରିୟ କରାଇଛି। ତାଙ୍କୁ ୨୦୧୦ ମସିହାରେ ‘ତୁ ଥା ମୁଁ ଯାଉଛି ରୁଷି’ ସିନେମା ପାଇଁ ଓ ୨୦୨୨ ମସିହାରେ ‘ତୃଷ୍ଣା’ ସିନେମା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking