ଭୁବନେଶ୍ୱର: ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । ମେଡିସିନ ୱାର୍ଡରେ ଚିକିତ୍ସା ଚାଲିଥିବା କହିଲେ ଭୁବନେଶ୍ୱର ଏମସ କର୍ତ୍ତୃପକ୍ଷ । ଭେଣ୍ଟିଲେଟର ସପୋର୍ଟରୁ ବାହାରି ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା । କିଛି ଅଙ୍ଗପ୍ରତ୍ୟେଙ୍ଗ ସାମାନ୍ୟ ଚଳପ୍ରଚଳ ସହ ଆଖି ଖୋଲୁଛନ୍ତି ଅଭିଜିତ । ଲିଭର ଜନିତ ସମସ୍ୟା ଯେଗୁଁ ସେପ୍ଟେମ୍ବର ୪ରୁ ଚିକିତ୍ସିତ ହେଉଛନ୍ତି ।










