33.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଜମ୍ମୁ -କାଶ୍ମୀରରେ ଯବାନଙ୍କୁ ଅପହରଣ

ଜମ୍ମୁ -କାଶ୍ମୀରରେ ଯବାନଙ୍କୁ ଅପହରଣ

ଜମ୍ମୁ-କାଶ୍ମୀର: ଯବାନଙ୍କୁ ଅପହରଣ । ଯବାନଙ୍କୁ ଆତଙ୍କବାଦୀ ମାନେ ଅପହରଣ କରି ନେଇଛନ୍ତି । ଅନନ୍ତ ନାଗ ଜିଲ୍ଲାର କୋକେର ନାଗ ଅଞ୍ଚଳରୁ ଯବାନଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ । ଜଣେ ଆତଙ୍କବାଦୀ କୌଶଳ କ୍ରମେ ଖସି ପଳାଇବାରେ ସଫଳ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଆତଙ୍କବାଦୀ ମାନେ ଅପହରଣ କରି ନେଇଛନ୍ତି । ଟେରିଟୋରିଆଲ ଆର୍ମି ଯବାନଙ୍କୁ ଅପହରଣ କରି ନେଇଛନ୍ତି । ଯବାନଙ୍କୁ ଉଦ୍ଧାର କରିବା ପାଇଁ ସେନାର ସର୍ଚ୍ଚ ଅପରେସନ୍ ଜାରି ରହିଛି ।

୨୦୨୦ରେ ସମାନ ଢଙ୍ଗରେ ଜଣେ ଟେରିଟୋରିଆଲ ଆର୍ମି ଯବାନଙ୍କୁ ଅପହରଣ କରି ନେଇଥିଲେ ଆତଙ୍କୀ । ଘଟଣାର ୫ ଦିନ ପରେ ପରିବାର ଲୋକଙ୍କୁ ଯବାନଙ୍କ ପୋଷାକ ମିଳିଥିଲା । ଏକ ବର୍ଷ ପରେ ମିଳିଥିଲା ଉକ୍ତ ଯବାନଙ୍କ ମୃତଦେହ । ଏବେ ସେହିପରି ଭାବେ ଯବାନଙ୍କୁ ଉଠାଇ ନେଇଛନ୍ତି ଆତଙ୍କୀ । ଗତ କିଛିଦିନ ହେବ ଆତଙ୍କୀ ନିପାତ ଅଭିଯାନ ଚଳାଇଛି ଭାରତୀୟ ସେନା । ଖୋଜି ଖୋଜି ଆତଙ୍କବାଦୀଙ୍କୁ କରାଯାଉଛି ଏନକାଉଣ୍ଟର । ୫ ଦିନ ତଳେ କୁପୱାଡା ଜିଲ୍ଲାରେ ସେନାର ସର୍ଚ୍ଚ ଅପରେସନ୍‌ ବେଳେ ନିପାତ ହୋଇଥିଲେ ୨ ଆତଙ୍କବାଦୀ । ଏଥିରେ ଉତ୍ୟକ୍ତ ହୋଇ ଯବାନଙ୍କୁ ଅପହରଣ କରି ନେଇଥିବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking