18.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଆପ୍‌ର ବଡ ଅଭିଯୋଗ: ଦିଲ୍ଲୀରେ ଅପରେସନ ଲୋଟସ୍ ଚଳାଇଛି ବିଜେପି

ଆପ୍‌ର ବଡ ଅଭିଯୋଗ: ଦିଲ୍ଲୀରେ ଅପରେସନ ଲୋଟସ୍ ଚଳାଇଛି ବିଜେପି

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ। ତେବେ ଫଳାଫଳ ଆସିବା ପୂର୍ବରୁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ଏକ ବଡ ଅଭିଯୋଗ ଉଠାଇଛି। ଆପ୍ ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରିଛନ୍ତି ଯେ, ବିଜେପି ଦିଲ୍ଲୀରେ ‘ଅପରେସନ ଲୋଟସ୍‌’ ଆରମ୍ଭ କରିଛି। ବିଜେପି ଏବେ ଆପ୍‌ର ସମ୍ଭାବିତ ବିଜୟୀ ବିଧାୟକମାନଙ୍କୁ କିଣିବାକୁ ଚେଷ୍ଟା କରିଛି। ସଞ୍ଜୟଙ୍କ କହିବାନୁସାରେ ୮ ଫେବୃଆରୀରେ ନିର୍ବାଚନ ଫଳାଫଳ ସାମ୍ନାକୁ ଆସିବ। କିନ୍ତୁ ଏହା ପୂର୍ବରୁ ବିଜେପି ପରାଜୟକୁ ସ୍ୱୀକାର କରିସାରିଛି।

ଏଥିପାଇଁ ବିଜେପି ଏବେ ଦିଲ୍ଲୀରେ ଅପରେସନ୍ ଲୋଟସ୍ ଚଳାଇଛି। ତାଙ୍କ ଦଳର ଯେଉଁ ବିଧାୟକମାନଙ୍କୁ ବିଜେପି ଯୋଗାଯୋଗ କରିଛି ସେହି ବିଧାୟକମାନେ ହିଁ ଏସମ୍ପର୍କରେ ସୂଚନା ଦେଇଛନ୍ତି। ଆପ୍‌ର ପ୍ରାୟ ୭ ଜଣ ବିଧାୟକଙ୍କୁ ଦଳ ଛାଡିବା, ଦଳ ଭାଙ୍ଗିବା ଏବଂ ବିଜେପିରେ ଯୋଗଦେବା ପାଇଁ ପ୍ରତ୍ୟେକଙ୍କୁ ୧୫ କୋଟି ଟଙ୍କା ଲେଖାଏର ପ୍ରସ୍ତାବ ମିଳିଛି। ଆପ୍‌ର ୨/୩ଜଣ ବିଧାୟକଙ୍କୁ ଏପ୍ରକାର ଯୋଗାଯୋଗ କରାଯାଇଛି ଏବଂ ପ୍ରସ୍ତାବ ଦିଆଯାଇଛି। ସଞ୍ଜୟ କହିଛନ୍ତି, ଏହି ସମ୍ପୂର୍ଣ୍ଣ ମାମଲାରେ, ଆମେ ନିର୍ବାଚନ ଲଢ଼ୁଥିବା ଆମର ସମସ୍ତ ବିଧାୟକଙ୍କୁ କହିଛୁ ଯେ, ସେମାନେ ଏପ୍ରକାର ଆସୁଥିବା ସମସ୍ତ କଲ୍‌କୁ ରେକର୍ଡ କରନ୍ତୁ। ଏ ବିଷୟରେ ଅଭିଯୋଗ କରାଯିବ। ଯଦି କେହି ତୁମକୁ ଭେଟି ପ୍ରସ୍ତାବ ଦିଏ, ତେବେ ଏକ ଗୁପ୍ତ କ୍ୟାମେରା ବ୍ୟବହାର କରି ତାହାର ଭିଡିଓ ତିଆରି କର। ଏହାର ସୂଚନା ଗଣମାଧ୍ୟମକୁ ଏବଂ ତା’ପରେ ସମସ୍ତଙ୍କୁ ଦିଆଯିବ। ଆମେ ଆମର ବିଧାୟକମାନଙ୍କୁ ସତର୍କ କରାଇଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking