ଭୁବନେଶ୍ୱର: ଜନସେବାର ନୂତନ ପଦକ୍ଷେପ ଗ୍ରହଣ କଲେ ରାଜ୍ୟ ସରକାର । ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକଙ୍କ ଫୋନ୍ କରି ବିଭିନ୍ନ ଯୋଜନା ବାବଦରେ ମତାମତ ନେଲେ ମୁଖ୍ୟମନ୍ତ୍ରୀ । ଏହି ବ୍ୟବସ୍ଥାରେ ଲୋକଙ୍କ ମତାମତ ଆଧାରରେ ନୀତି ନିର୍ଦ୍ଧାରଣ ହେବ । ସାଧାରଣ ଲୋକଙ୍କୁ ଫୋନ୍ କରି ମତାମତ ନେବେ ମୁଖ୍ୟମନ୍ତ୍ରୀ । ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ନେବେ ଫିଡବ୍ୟାକ୍ । ସରକାରଙ୍କ ସେବା ବାବଦରେ ନେବେ ମତାମତ । ମୋବାଇଲ୍ ଆପ୍ ମାଧ୍ୟମରେ ଲୋକଙ୍କ ମତାମତ ନିଆଯିବ । ସିଧାସଳଖ ଫୋନ୍ କରି ମତାମତ ଦେଇପାରିବେ ଲୋକ । ଟୋଲି ଫ୍ରି ନମ୍ବର ୧୪୪୭୧କୁ ଫୋନ୍ କରିପାରିବେ । ଏହାର ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଦେଇପାରିବେ ମତ । ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ହାସ୍ଟ୍ୟାଗ୍ #Feedbackodisha ସହିତ ନିଜର ମତାମତ ପୋଷ୍ଟ କରିପାରିବେ । ଏଥି ସହିତ ନିଜର ହ୍ୱାଟ୍ସଆପ୍ରୁ +୯୧- ୭୪୦୦୨୨୧୯୦୩ ନମ୍ବରରେ ସିଧାସଳଖ ମତାମତ ପଠାଇପାରିବେ । ୱେବିସାଇଟ୍ରେ ଥିବା ୨୪ ଘଣ୍ଟିଆ ଚାଟିବଟ୍ରେ ମଧ୍ୟ ମତାମତ ଦେଇପାରିବେ ।









