31.1 C
Bhubaneswar
Friday, February 6, 2026
Homeଓଡିଶାଓଡ଼ିଆ ପକ୍ଷ ପାଳନର ଅବସରରେ ପାଳିତ "ଆମ ରୁଚି ଆମ ଖାଦ୍ୟ" ଉତ୍ସବ

ଓଡ଼ିଆ ପକ୍ଷ ପାଳନର ଅବସରରେ ପାଳିତ “ଆମ ରୁଚି ଆମ ଖାଦ୍ୟ” ଉତ୍ସବ

ଭୁବନେଶ୍ୱର: ଓଡ଼ିଆ ପକ୍ଷ ପାଳନର ତ୍ରୟୋଦଶ ଦିବସ ଅବସରରେ ଆଜି ପାଳିତ ହୋଇଯାଇଛି “ଆମ ରୁଚି ଆମ ଖାଦ୍ୟ” ଉତ୍ସବ। ଆମ ଓଡ଼ିଆ ହାଣ୍ଡିଶାଳର ବିଭିନ୍ନ ବ୍ୟଞ୍ଜନ ଯଥା ପିଠାପଣା, ପଖାଳ ଭାତ, ବେସର-ମହୁର, ନଅ ତିଅଣ ଛଅ ଭଜା ଆଦି ପାରମ୍ପରିକ ଖାଦ୍ୟର ବହୁଳ ପ୍ରଚାର ଓ ପ୍ରସାର ସହ ଯୁବପିଢ଼ିଙ୍କ ମଧ୍ୟରେ ଏହାକୁ ପୁନଃ ଆଦୃତ କରିବା ଲକ୍ଷ୍ୟରେ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ବିଭିନ୍ନ ଜିଲ୍ଲା, ବ୍ଲକ, ପୌରାଞ୍ଚଳ, ପୌରପରିଷଦ ଆନୁକୂଲ୍ୟରେ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ ନେଇ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ଜନପ୍ରତିନିଧି, ଜିଲ୍ଲା ଏବଂ ବ୍ଲକ ପ୍ରଶାସନର ଅଧିକାରୀ ଓ କର୍ମଚାରୀ, ଯୁବବର୍ଗ, ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇ ଓଡ଼ିଆ ବ୍ୟଞ୍ଜନକୁ ଭରପୁର ଉପଭୋଗ କରିବା ସହିତ ପାରମ୍ପରିକ ଖାଦ୍ୟର ବୈଶିଷ୍ଟତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଆ ପାରମ୍ପରିକ ଖାଦ୍ୟକୁ ପୁନଃ ଆଦୃତ କରି ଓଡ଼ିଆ ଖାଦ୍ୟ ପରମ୍ପରାର ବହୁଳ ପ୍ରଚାର ଓ ପ୍ରସାର କରିବା ନିମନ୍ତେ ସମସ୍ତେ ମତପୋଷାଣ କରିଥିଲେ। ପାରମ୍ପରିକ ଖାଦ୍ୟକୁ ନେଇ ଆୟୋଜିତ ଏହି ଉତ୍ସବରେ ସମସ୍ତେ ଓଡ଼ିଆ ବ୍ୟଞ୍ଜନକୁ ଉପଭୋଗ କରିବା ସହିତ ଏହାର ଫୋଟୋ ଉଠାଇ ଏହାକୁ ଓଡ଼ିଆ ପକ୍ଷ ପାଇଁ ନିର୍ମିତ ୱେବସାଇଟ (www.odiapakhya.com)ରେ ମଧ୍ୟ ଅପଲୋଡ଼ କରିଥିଲେ। ଆଜି ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ଆୟୋଜିତ “ଆମ ରୁଚି ଆମ ଖାଦ୍ୟ” କାର୍ଯ୍ୟକ୍ରମର ଆୟୋଜନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆମ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟକୁ ପୁନଃଶ୍ଚ ବିଶ୍ୱବିଦିତ କରିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking