18.1 C
Bhubaneswar
Wednesday, February 4, 2026
Homeଓଡିଶାଆମ ବସ୍‌ ଦୁର୍ଘଟଣା: ମହିଳାଙ୍କୁ ୫୦ ହଜାର

ଆମ ବସ୍‌ ଦୁର୍ଘଟଣା: ମହିଳାଙ୍କୁ ୫୦ ହଜାର

ପୁରୀ: ପୁରୀରେ ପୁଣି ଆତଙ୍କ ଖେଳିଛି ‘ଆମ ବସ୍‌’ । ନବକଳେବର ରୋଡରେ ଜଣେ ମହିଳାଙ୍କ ଉପରେ ଚଢିଗଲା ବସ୍‌ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ତୁରନ୍ତ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବସକୁ ଏବେ କ୍ରୁଟ୍‌ ଚଳାଉଛି । ଶ୍ରୀମନ୍ଦିରଠାରୁ ମାଳତୀପାଟପୁର ବସଷ୍ଟାଣ୍ଡକୁ ଯାଉଥିବା ବେଳେ ମହିଳାଙ୍କୁ ବସଟି ଧକ୍କା ଦେଇଥିଲା । ଫଳରେ ସ୍ଥାନୀୟ ଲୋକମାନେ ନବକଳେବର ରୋଡରେ ବସକୁ ଅଟକାଇ ଆନ୍ଦୋଳନ କରିଛନ୍ତି । ସେମାନଙ୍କ କହିବା କଥା ହେଲା ଏହି ରାସ୍ତାଟିକୁ ୱାନ ୱେ କରାଯାଉ । ପୁଲିସ ଆନ୍ଦୋଳନ କରୁଥିବା ଲୋକଙ୍କୁ ବୁଝାସୁଝା କରି ଦୁର୍ଘଟଣା କେଉଁ ପରିସ୍ଥିରେ ହେଲା ସେନେଇ ତଦନ୍ତ କରୁଛିଅନ୍ୟପଟେ କ୍ରୁ ପକ୍ଷରୁ ଆହତ ମହିଳାଙ୍କୁ ୫୦ ହଜାର ସହାୟତା ରାଶି ପ୍ରଦାନ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking