19.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଆମ୍ ଆଦ୍‌ମୀ ପାର୍ଟିର ବଡ଼ ଘୋଷଣା; ଏମ୍‌ସିଡି ମେୟର ନିର୍ବାଚନରୁ ଦୂରେଇ ରହିବ

ଆମ୍ ଆଦ୍‌ମୀ ପାର୍ଟିର ବଡ଼ ଘୋଷଣା; ଏମ୍‌ସିଡି ମେୟର ନିର୍ବାଚନରୁ ଦୂରେଇ ରହିବ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ସୋମବାର ଏକ ବଡ଼ ଘୋଷଣା କରାଯାଇଛି । ରିପୋର୍ଟ ଅନୁସାରେ ଆପ୍ ଏଥର ଏମ୍‌ସିଡି (ମହାନଗର ନିଗମ ନିର୍ବାଚନ) ନିର୍ବାଚନରୁ ଦୂରେଇ ରହିବ ବୋଲି ଘୋଷଣା କରିଛି । ଆପ୍ ଦିଲ୍ଲୀ ସଭାପତି ସୌରଭ ଭରଦ୍ୱାଜ କହିଛନ୍ତି, “ଆମେ ନିଷ୍ପତ୍ତି ନେଇଛୁ ଯେ ଆମେ ଏଥର ମେୟର ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବୁ ନାହିଁ । ବିଜେପି ନିଜ ମେୟର ବାଛିବା ଉଚିତ୍‌, ବିଜେପି ନିଜର ସ୍ଥାୟୀ କମିଟି ଗଠନ କରିବା ଉଚିତ୍ ଏବଂ କୌଣସି ବାହାନା ବିନା ଦିଲ୍ଲୀରେ ଶାସନ କରିବା ଉଚିତ୍ । ବିଜେପିର ହତାଶା ସମସ୍ତଙ୍କୁ ଦେଖାଯାଉଛି । ନିରନ୍ତର ଦୁର୍ନୀତିଗ୍ରସ୍ତ ଉପାୟ ବ୍ୟବହାର କରି ମେୟର ଏବଂ ଷ୍ଟାଣ୍ଡିଂ କମିଟି ନିର୍ବାଚନ ଜିତିବା ପାଇଁ ବିଜେପି ପ୍ରୟାସ ଚଳାଇଛି । ଏବେ କେନ୍ଦ୍ରରେ ବିଜେପିର ସରକାର ଅଛି, ସେମାନଙ୍କର ଉପରାଜ୍ୟପାଳ ଅଛନ୍ତି, ସେମାନଙ୍କର ଦିଲ୍ଲୀ ସରକାର ଅଛି, ଏବଂ ସେମାନଙ୍କର ଗଉଊ ମଧ୍ୟ ରହିବ, ତେଣୁ ଏବେ ସେମାନେ ଦିଲ୍ଲୀବାସୀଙ୍କ ସମ୍ମୁଖରେ କୌଣସି ବାହାନା କରିବା ଉଚିତ୍ ନୁହେଁ ଏବଂ ସେମାନଙ୍କୁ ଦେଖାଇବା ଉଚିତ୍ ଯେ ଦିଲ୍ଲୀରେ ସମଗ୍ର ପ୍ରଶାସନ କିପରି ପରିଚାଳିତ ହେଉଛି ।’ ଅନ୍ୟପକ୍ଷେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍ ନେତ୍ରୀ ଅତିଶୀ ମଧ୍ୟ କହିଛନ୍ତି ଯେ ଆମେ ବିଜେପି ଉପରେ ବିଶ୍ୱାସ କରୁନାହୁଁ । କାଉନସିଲରମାନଙ୍କୁ କିଣାବିକା କରାଯାଇପାରିବ । ଏଥିପାଇଁ ଆପ୍ ଏମ୍‌ସିଡି ନିର୍ବାଚନରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking