31.1 C
Bhubaneswar
Wednesday, March 18, 2026
Homeଓଡିଶାଆଧାର କାର୍ଡ ଅପଡେଟ୍ ତାରିଖ ପୁଣି ବଢ଼ିଲା...

ଆଧାର କାର୍ଡ ଅପଡେଟ୍ ତାରିଖ ପୁଣି ବଢ଼ିଲା…

ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଆଧାର କାର୍ଡର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୪ ସ୍ଥିର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହାର ତାରିଖ ବୃଦ୍ଧି କରାଯାଇଛି। ୟୁଆଇଡିଏଆଇ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ବଦଳାଇ ଦେଇଛି, ଯେଉଁ କାରଣରୁ ବ୍ୟବହାରକାରୀଙ୍କ ଆଧାରରେ ନାମ, ଠିକଣା, ଜନ୍ମ ତାରିଖ ଇତ୍ୟାଦି ମାଗଣାରେ ପରିବର୍ତ୍ତନ କରିବାକୁ ଆଉ କିଛି ମାସ ସମୟ ମିଳିଛି।

ୟୁଆଇଡିଏଆଇ ଏହାର ଅଫିସିଆଲ୍ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଏନେଇ ସୂଚନା ଦେଇଛି ଯେ ଆଧାରର ମାଗଣା ଅପଡେଟ୍ ପାଇଁ ଶେଷ ତାରିଖ ୧୪ ସେପ୍ଟେମ୍ବରରୁ ୧୪ ଡିସେମ୍ବର ୨୦୨୪କୁ ବୃଦ୍ଧି କରାଯାଇଛି। ଏପରି ପରିସ୍ଥିତିରେ, ଆଧାରରୁ ନାମ, ଠିକଣା କିମ୍ବା ଜନ୍ମ ତାରିଖ ପରି ସୂଚନା ଅପଡେଟ୍ କରିବାକୁ ଲୋକଙ୍କୁ ପୁଣି ୩ ମାସ ସମୟ ମିଳିଛି। ଏହା ପରେ ଆଧାର ଅପଡେଟ୍ କରିବାକୁ ଦେୟ ଦେବାକୁ ପଡିବ। ମାଗଣାରେ ଆଧାର କାର୍ଡ ଅପଡେଟ୍ କରିବା ପାଇଁ ଅନଲାଇନ୍ ପ୍ରକ୍ରିୟା ଗ୍ରହଣ କରି‌ହେବ। ଏଥିପାଇଁ ୟୁଆଇଡିଏଆଇରର ଅଫିସିଆଲ୍ ୱେବସାଇଟ୍‌କୁ ଯିବାକୁ ପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking