27.1 C
Bhubaneswar
Friday, June 28, 2024
Homeଓଡିଶାଗୁଳି ମାଡ଼ରେ ଜଣେ ଯୁବକ ଆହତ

ଗୁଳି ମାଡ଼ରେ ଜଣେ ଯୁବକ ଆହତ

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳରେ ଗୁଳି ମାଡ଼ରେ ଜଣେ ଯୁବକ ଆହତ ହୋଇଛନ୍ତି । ଏପରି ଅଭବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ନୂଆଁପଲ୍ଲୀ ଗାଁରେ । ଆହତ ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ପଠାଯାଇଛି । କିଏ ଓ କେଉଁ କାରଣରୁ ଗୁଳି ମାଡ଼ କରିଛି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସୂଚନା ଅନୂସାରେ, ନୂଆଁପଲ୍ଲୀ ଗାଁର ନିଲୁ ବିଷୋୟୀ ନାମକ ଜଣେ ଯୁବକ ପୋଖରୀକୁ ଯାଇଥିବା ସମୟରେ କେହି ଜଣେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଯାହାଫଳରେ ଯୁବକ ଜଣକ ଆହତ ହୋଇଯାଇଥିଲେ । ପରିବାର ଲୋକ ତୁରନ୍ତ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking