18.1 C
Bhubaneswar
Friday, February 13, 2026
Homeଓଡିଶାବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଯୁବତୀଙ୍କ ଜୀବନ

ବିଷାକ୍ତ ସାପ କାମୁଡ଼ାରେ ଚାଲିଗଲା ଯୁବତୀଙ୍କ ଜୀବନ

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲରମ୍ଭା ଗ୍ରାମର ହରିଜନ ପଡ଼ାରେ ଘଟିଛି ଅଭାବନୀୟ ଘଟଣା । ବିଷାକ୍ତ ସାପ କାମୁଡ଼ାରେ ଚତୁର୍ଭୁଜ ନନ୍ଦଙ୍କ ଝିଅ ଆରତୀ ନନ୍ଦଙ୍କ ମୃତ୍ୟୁ ହୋଇଛି । ଚତୁର୍ଭୁଜ ଉକ୍ତ ଗ୍ରାମର ବାସିନ୍ଦା ଅଟନ୍ତି । ପ୍ରାୟ ୧ ରୁ ୨ ଟା ଭିତରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା । ଫଳରେ ସେ ଉଠିପଡ଼ି ସାପକୁ ଦେଖି ପରିବାର ବର୍ଗଙ୍କୁ କହିଥିଲେ। ସାପକୁ ମାରି ଦିଆଯାଇଥିଲା। ଆରତୀକୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତର ଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ବୁର୍ଲା ଫାଣ୍ଡି ଅଧିକାରୀ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠେଇଥିଲେ । ବ୍ୟବଚ୍ଛେଦ ପରେ ମୃତ ଶରୀରରକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆରତୀ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ। ବୟସ ମାତ୍ର ୧୨ ବର୍ଷ। ଆରତୀଙ୍କ ଏହି ଆକସ୍ମିକ ମୃତ୍ୟୁରେ ବାପା ମାଆ ତଥା ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking